ସନ୍ନି ଲିୟନଙ୍କ ସହ ସେହ୍ୱାଗ କରିବେ କମେଣ୍ଟ୍ରି !

35

ସନ୍ନି ଲିୟନଙ୍କ ସହ ସେହ୍ୱାଗ କରିବେ କମେଣ୍ଟ୍ରି ! ଏହାକୁ ନେଇ ଏବେ ଚର୍ଚ୍ଚା । ଏକଥା ଉଭୟ ସନ୍ନି ଓ ସେହ୍ୱାଗ ନିଜ ନିଜ ସୋସିଆଲ ମିଡିଆ ପେଜରେ ଜଣାଇଛନ୍ତି । ସେହ୍ୱାଗ ଲେଖିଛନ୍ତି , “ସନ୍ନିଙ୍କ କମେଣ୍ଟ୍ରି ନିଶ୍ଚୟ ଫନି ହେବ । ମୁଁ ପ୍ରସ୍ତୁତ ହୋଇ ଗଲିଣି । ଆପଣ ବି ପ୍ରସ୍ତୁତ ହୋଇଯା’ନ୍ତୁ । ଧମାକା ହେବ ”

ହାସ୍ୟ ଅଭିନେତା ସୁନୀଲ ଗ୍ରୋଭରଙ୍କ ସହ ମିଶି ଆଇପିଏଲ୍ ୨୦୧୭ର ମଶାଲା କମେଣ୍ଟ୍ରି କରିସାରିଛନ୍ତି ବଲିଉଡର ବିବାଦୀୟ ଅଭିନେତ୍ରୀ ସନ୍ନି ଲିୟନ । ପରବର୍ତ୍ତୀ ମଶାଲା କମେଣ୍ଟ୍ରି ସେ ପ୍ରସିଦ୍ଧ କ୍ରିକେଟର ବିରେନ୍ଦ୍ର ସେହ୍ୱାଗଙ୍କ ସହ କରିବାକୁ ଯାଉଛନ୍ତି ।