ଅନୁଗୁଳ : ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜରେ ବଣୁଆ ହାତୀଙ୍କ ତାଣ୍ଡବ

33

କନକ ବ୍ୟୁରୋ : ବଣୁଆ ହାତୀଙ୍କ ତାଣ୍ଡବ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜରେ ହିଂସ୍ର ହୋଇ ପଡିଛନ୍ତି ଗଜରାଜ । ଆକ୍ରମଣ କରି ଜୀବନ ନେଉଛନ୍ତି ଜଙ୍ଗଲ ନିକଟରେ ବାସ କରୁଥିବା ମଣିଷର । ନେହେଲେ ଆକ୍ରମଣ କରି କରୁଛନ୍ତି ଗୁରୁତର ଭାବେ ଆହତ । ଗତକାଲି ହାତୀ ଆକ୍ରମଣରେ ଦେଉଳି ଗ୍ରାମରେ ହୁଦାନନ୍ଦ ମିଶ୍ରଙ୍କର ମୃତ୍ୟୁ ହୋଇଛି ।

ସେହିପରି ସୁବର୍ଣ୍ଣପୁର ଗ୍ରାମର ଜିନୁ ପ୍ରଧାନ ହାତୀ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହାକୁ ନେଇ ଗାଁରେ ଖେଳିଯାଇଛି ଆତଙ୍କର ବାତାବରଣ । ସନ୍ଧ୍ୟା ହେଲେ ଘରୁ ବାହାରୁ ନାହାଁନ୍ତି ଲୋକେ । ଏନେଇ ଜଙ୍ଗଲ ବିଭାଗକୁ ବାରମ୍ବାର ଜଣାଇଛନ୍ତି ଗ୍ରାମବାସୀ । ହେଲେ ବିଭାଗ ସାଜିଛି ନିଦା ବିଷ୍ଣୁ ।

ତେଣୁ ତୁରନ୍ତ ହାତୀ ଉପଦ୍ରବରୁ ରକ୍ଷା ନକଲେ ନିଜ ଭିଟାମାଟି ଛାଡି ଦାଦନ ଖଟିବାକୁ ଚାଲିଯିବେ ବୋଲି ଚେତାବନୀ ଦେଇଛନ୍ତି ଗାଁ ଲୋକ । ତେବେ ଏନେଇ ସରକାରୀ ନିୟମାନୁସାରେ ଯାହା ବ୍ୟବସ୍ଥା ରହିଛି ସେହି ଅନୁଯାୟୀ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇଦେବୁ ବୋଲି କହିଛନ୍ତି ଆଠମଲ୍ଲିକ୍ ଡିଏଫଓ ।

ଦେଖନ୍ତୁ ଏହି ଭିଡିଓ :