ତେଲେଙ୍ଗାନାରେ ପୋଲିସ-ମାଓବାଦୀ ଏନକାଉଂଟର ! ୮ ମାଓବାଦୀ ମୃତ, ବିପୁଳ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ

43

କନକ ବ୍ୟୁରୋ: ଲାଲ ବାହୀନୀକୁ ଲାଗିଛି ଶକ୍ତ ଝଟକା । ତେଲେଙ୍ଗାନା ଭଦ୍ରାରୀରେ ସୁରକ୍ଷା ବାହିନୀ କରିଛନ୍ତି ଏନକାଉଂଟର । ନିଲାମଡ଼ଗୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟରେ ୮ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ଜନଶକ୍ତି ଦଳମର ୮ଜଣ ମାଓବାଦୀ ମରିଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ବନ୍ଧୁକ ଏବଂ ବିପୁଳ ପରିମାଣରେ ମାଓବାଦୀ ବ୍ୟବହାର କରୁଥିବା ସାମଗ୍ରୀ ଜବତ କରାଯାଇଛି ।

ସୂଚନା ମୁତାବକ, ଭଦ୍ରାଦି କୋଥାଗୁଡେମ୍ ଜିଲ୍ଲାର ମାମିଦିପାଲେମ୍ ଗ୍ରାମ ନିକଟସ୍ଥ ନେଲାମଡ଼ଗୁ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହିତ ଗୁଳି ବିନିମୟ ସମୟରେ ଟେକୁଳାପାଲି ମଣ୍ଡଳର ୮ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁବରଣ କରିଥିବା ନକ୍ସଲମାନେ ଚନ୍ଦ୍ର ପୁଲ୍ଲ ରେଡ୍ଡି ଗ୍ରୁପର ବୋଲି ଜଣାପଡ଼ିଛି ।

ଯଦିଓ ବର୍ତ୍ତମାନ ଚନ୍ଦ୍ରପୁଲ ରେଡ୍ଡୀ ଜୀବିତ ନାହାଁନ୍ତି, ମାତ୍ର ତାଙ୍କ ନାମରେ ଗଠିତ ଓ ଜଣାଶୁଣା ସିପି ଗ୍ରୁପ ତେଲେଙ୍ଗାନାରେ ବେଶ୍ ସକ୍ରୀୟ ରହିଛି । ଏହି ଗ୍ରୁପର ମୁଖ୍ୟ ବର୍ତ୍ତମାନ ତେଲେଙ୍ଗାନା ଜେଲରେ ବନ୍ଦ ଅଛନ୍ତି । ନିକଟରେ ଏହି ଗ୍ରୁପର କେତେ ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରିଥିଲା।