କନକ ବ୍ୟୁରୋ : ଉପାନ୍ତ ଜିଲ୍ଲା ମାଲକାନଗିରିରେ ନକଲି ଆଇ.ଏ.ଏସ ଅଫିସର । ନିଜକୁ ଆଇ.ଏ.ଏସ ଅଫିସର ଲିଙ୍ଗରାଜ ପଣ୍ଡା ବୋଲି ପରିଚୟ ଦେଇ ୩ ଥର ବାହା ହୋଇଛନ୍ତି ଅଭିଯୁକ୍ତ ରଜତ ପଣ୍ଡା । ଏପରି କି ଚାକିରି କରାଇ ଦେବା ନାଁରେ ଲୋକଙ୍କ ଠାରୁ ଅର୍ଥ ହଡପ କରି ଥିବା ଅଭିଯୋଗ ମଧ୍ୟ ରହିଛି । ମାଲକାନଗିରି ଜିଲ୍ଲାରେ ବର୍ତମାନ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଭାବେ କାମ କରୁଥିବା ଆଇ.ଏ.ଏସ ଅଧିକାରୀ ଲିଙ୍ଗରାଜ ପଣ୍ଡାଙ୍କ ଫେସବୁକକୁ ହ୍ୟାକ କରି ସେ ବହୁ ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କରେ ରହି ଏପରି ଠକେଇ କରୁ ଥିବା ଅଭିଯୋଗ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଇ.ଏ.ଏସ ଅଫିସର ଲିଙ୍ଗରାଜ ପଣ୍ଡା ଏନେଇ ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ । ମୟୁରଭଂଜରେ ଜଣେ ଯୁବତୀଙ୍କୁ ରଜତ ବିବାହ କରି ଥିବା ବେଳେ ଥୁଂଟା ଥାନା ପୁଲିସ ଗତ ମେ ମାସରେ ଠକ ରଜତ ପଣ୍ଡାଙ୍କୁ ଗିରଫ କରିଥିଲେ । ମାଲକାନଗିରି ପୁଲିସ ନକଲି ଆଇଏଏସଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରୁଛି । ତେବେ ସୂଚନା ଅନୁଯାୟୀ, ଲିଙ୍ଗରାଜ ପଣ୍ଡା ନିଜକୁ ନକଲି ଆଇ.ଏ.ଏସ ଅଫିସର ବୋଲି ପରିଚୟ ଦେଇ ଥରେ ନୁହଁ ତିନି ତିନି ଥର ବିବାହ କରିଛନ୍ତି ।