ଶୁଖିଲା କାଶ ଆପଣଙ୍କୁ ବ୍ୟଥିତ କରୁଛି କି? ତେବେ ଏହି ଘରୋଇ ଉପାୟରେ କରନ୍ତୁ ଦୂର

131

କାଶ ହେଲେ ଗଳା ଦରଜ ହେବା ସହ ଛାତି ଉପରେ ମଧ୍ୟ ଚାପ ପକାଇଥାଏ । ଋତୁ ପରିବର୍ତ୍ତନ ହେଲେ ଲୋକମାନେ ଅନେକ ସଂକ୍ରମଣର ଶିକାର ହୋଇ ଥଣ୍ଡା ଜ୍ୱରରେ ପଡ଼ିଥାନ୍ତି । ଯାହା ପରେ କାଶ ହେବାର ସମସ୍ୟା ଆରମ୍ଭ ହୋଇଥାଏ । ବିଶେଷ କରି ଶୁଖିଲା କାଶ ଲୋକମାନଙ୍କୁ ଅଧିକ ଯନ୍ତ୍ରଣା ଦେଇଥାଏ । ପେଟ ଗରମ ବା ଶରୀରରେ ଜଳୀୟଅଂଶ କମିଗଲେ ଶୁଖିଲା କାଶ ଭଳି ସମସ୍ୟା ଆରମ୍ଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଘରୋଇ ଉପାୟ ଆପଣାଇ ଆପଣମାନେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

• ଶୁଖିଲା କାଶର ସମସ୍ୟା ଦେଖାଗଲେ ଅଧା ଚାମଚ ମହୁରେ କିଛି ଡ଼ାଲଚିନି ପାଉଡ଼ର ମିଶାଇ ସେବନ କରନ୍ତୁ । ଏହାକୁ ସେବନ କରିବାର କିଛି ସମୟ ପରେ ସୁଖିଲା କାଶ ଭଲ ହୋଇଯିବ ।

• ଗରମ ପାଣିରେ ଗୋଲ ମରିଚର ଦୁଇଟି ଦାନା ପକାଇ ଗଳ ଗଳ କରନ୍ତୁ । ଏହା ଦ୍ୱାରା ଆରମ ମିଳିବ ।

• ଅଧା ଚାମଚ ପିଆଜ ରସରେ ଗୋଟେ ଛୋଟ ଚାମଚ ମହୁ ମିଶାଇ ଦିନକୁ ଦୁଇଥର ସେବନ କରନ୍ତୁ । ଦେଖିବେ କିଛି ଦିନ ମଧ୍ୟରେ ଶୁଖିଲା କାଶର ସମସ୍ୟା ଦୂର ହୋଇଯିବ ।

• ତୁଳସୀ ପତ୍ରର ଚା’ ତିଆରି କରି ପିଇବା ଦ୍ୱାରା ମଧ୍ୟ କାଶ ହେବା ବନ୍ଦ ହୋଇଯାଇଥାଏ ।