ଭୋଜନ ମଧ୍ୟରେ ପାଣି ପିଇବା କେତେ ଲାଭଦାୟକ ! ମାରାତ୍ମକ ରୋଗକୁ ନିମନ୍ତ୍ରଣ କରୁନାହାନ୍ତି ତ ?

76

ଅନେକ ଲୋକଙ୍କର ଖାଇବା ଭିତରେ ପାଣି ପିଇବା ଅଭ୍ୟାସ ଥାଏ । ହେଲେ ଏହି ଅଭ୍ୟାସ ଅନେକ ମାରାତ୍ମକ ରୋଗକୁ ଡାକି ଆଣିଥାଏ । ଏବେ ନଜର ପକାନ୍ତୁ ଖାଦ୍ୟ ଖାଇବା ମଧ୍ୟରେ ପାଣି ପିଇଲେ କଣ ହୋଇଥାଏ  ।

ହଜମ ପ୍ରକ୍ରିୟା ପ୍ରଭାବିତ : ଖାଇବା ସମୟରେ ପାଣି ପିଇଲେ ଖାଦ୍ୟ ହଜମ ହୋଇନଥାଏ । ଫଳରେ ପେଟରେ ଯନ୍ତ୍ରଣା ଏବଂ ଗ୍ୟାସ ପରି ସମସ୍ୟା ଉପୁଜିଥାଏ ।

ଗ୍ୟାସ : ଖାଇବା ସମୟରେ ପାଣି ପିଇଲେ ଏସିଡ଼୍ର ମାତ୍ରା ବଢ଼ିଥାଏ । ଫଳରେ ଗ୍ୟାସ୍ ଭଳି ରୋଗ ହୋଇଥାଏ ।

କୋଷ୍ଠକାଠିନ୍ୟ : ଖାଇବା ସମୟରେ ପାଣି ପିଇଲେ ଖାଦ୍ୟ ଭଲ ଭାବରେ ହଜମ ହୋଇନଥାଏ । ଫଳରେ କୋଷ୍ଠକାଠିନ୍ୟ ପରି ସମସ୍ୟା ଦେଖାଦେଇଥାଏ।

ଡ଼ାଇବେଟିସ୍ : ଖାଇବା ସମୟରେ ପାଣି ପିଇଲେ ଓଜନ ବଢ଼ିଥାଏ । ଏହା ଦ୍ୱାରା ଟାଇପ୍-୨ ଡ଼ାଇବେଟିସ୍ର ଆଶଙ୍କା ବଢ଼ିଥାଏ।

ଓଜନ ବୃଦ୍ଧି : ଖାଇବା ସମୟରେ ପାଣି ପିଇଲେ ଶରୀରରେ ହଜମ ପ୍ରକ୍ରିୟା ଧିରେ ହୋଇଥାଏ । ଫଳରେ ଶରୀର ଉପାଦେୟ ତଥା ଦରକାର ମୁତାବକ କ୍ୟାଲୋରି ଖର୍ଚ୍ଚ କରି ନପାରି ଥାଏ ଓଜନ ବଢ଼ାଇଥାଏ ।

ୟୁରିକ୍ ଏସିଡ଼ରେ ବୃଦ୍ଧି : ଭୋଜନ କରିବା ସମୟରେ ପାଣି ପିଇବା ଦ୍ୱାରା ଶରୀରରେ ୟୁରିକ୍ ଏସିଡ଼ର ମାତ୍ରା ବଢ଼ିଥାଏ । ଏହାଦ୍ୱାରା ବୃକକ୍ ଏବଂ ହୃଦରୋଗ ଅସୁବିଧା ହୋଇପାରେ ।

ଭିଟାମିନ୍ ଅଭାବ : ଖାଇବା ସମୟରେ ପାଣି ପିଇବା ଦ୍ୱାରା ଖାଇବାରେ ଥିବା ପୋଷକ ତତ୍ତ୍ୱ ତଥା ଭିଟାମିନ୍ ଶରୀର ପାଇ ପାରିନଥାଏ । ଫଳରେ ଶରୀରରେ ଭିଟାମିନ୍ର ସନ୍ତୁଳନରେ ପରିବର୍ତ୍ତନ ତଥା ଅଭାବ ପରିଲକ୍ଷିତ ହୋଇଥାଏ।