୧୨ ଘଣ୍ଟାରେ ଦୁର୍ବଳ ହେବ ଅବପାତ ! ଭବାନୀପାଟଣା ଠାରୁ ୧୯୦ କିମି ଦୂରରେ କେନ୍ଦ୍ରୀଭୂତ

175

କନକ ବ୍ୟୁରୋ : ସକ୍ରିୟ ମୌସୁମୀ ପ୍ରଭାବରେ ଆଜି ବି ଲାଗି ରହିବ ବର୍ଷା । ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆକଳନ କରିଛି ପାଣିପାଗ ବିଭାଗ । କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଚେତାବନୀ ଜାରି କରିଛି । ବର୍ତ୍ତମାନ ଦକ୍ଷିଣ ଛତିଶଗଡ ଉପରେ ରହିଛି ଅବପାତ । ଆଗାମୀ ୧୨ଘଣ୍ଟାରେ ଅବପାତ ଦୁର୍ବଳ ହେବା ସମ୍ଭାବନା ରହିଛି ।

ବର୍ତ୍ତମାନ ଭବାନୀପାଟଣା ଠାରୁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ୧୯୦କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । ଏହା ଧିରେ ଧିରେ ପଶ୍ଚିମ ଦିଗରେ ଗତି କରିବା ସହ ଦୁର୍ବଳ ହେବାର ସମ୍ଭାବନା ଅଛି । ଆସନ୍ତାକାଲି ପର୍ଯ୍ୟନ୍ତ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି ଓ ନବରଙ୍ଗପୁର ପାଇଁ ଚେତାବନୀ ଜାରି କରାଯାଇଛି ।