ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ୱାସିଂଟନ ଓ ଇସ୍ରାଏଲ ଭଳି ରାଜଧାନୀ ଦିଲ୍ଲୀକୁ କ୍ଷେପଣାସ୍ତ୍ର ନିରୋଧୀ ବଳରେ ରଖିବାକୁ କେନ୍ଦ୍ରସରକାରଙ୍କ ଯୋଜନା !

21

କନକ ବ୍ୟୁରୋ : ଦେଶର ସୁରକ୍ଷାକୁ ନେଇ କେନ୍ଦ୍ରସରକାର ଅନେକ ପ୍ରକାର ପଦକ୍ଷେପ ହାତକୁ ନେଇଛନ୍ତି । ବିଦେଶରୁ ଏନେଇ ଅନେକ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ହେଉ ବା ବିମାନ ହେଉ ଅନେକ ଟଙ୍କା ଖର୍ଚ୍ଚ କରାଯାଇ ଦେଶ କିପରି ଭାବରେ ଶାନ୍ତିରେ ରହିବ ସେନେଇ ସରକାର ଅନେକ କଥା ବିଚାର କରୁଛନ୍ତି । କେବେ ବର୍ତ୍ତମାନ ସମୟରେ ଯେଉଁ ତଥ୍ୟ ଆସିଛି ତାହା ହେଲେ ଭାରତ ଆହୁରି ସୁରକ୍ଷା ପଥରେ ଆଗେଇବ ବୋଲି ଜଣାପଡିଛି । ଓ୍ଵାସିଂଟନ୍ ଓ ମସ୍କୋ ଭଳି ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀକୁ ମଧ୍ୟ କ୍ଷେପଣାସ୍ତ୍ର ନିରୋଧୀ ବଳୟ ମଧ୍ୟରେ ରଖାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ପୁରୁଣା ଏୟାର୍ ଡିଫେନ୍ସ୍ ସିଷ୍ଟମ ଉଚ୍ଛେଦ କରାଯାଉଛି। ଭିଆଇପି ନୋ-ଫ୍ଲାଇଙ୍ଗ୍ ଜୋନ୍ ପୁନର୍ବିନ୍ୟାସ କରାଯିବା ସହ ମନ୍ଦ ଉଦେଶ୍ୟ ନିହିତ ଥିବା ବିମାନକୁ ଗୁଳି ମାରି ଖସାଇବା ନିମନ୍ତେ ପ୍ରୋଟକଲ୍କୁ ଉନ୍ନତ କରାଯାଉ ଥିବା ଜଣାପଡିଛି ।

 

ତେବେ ଏହି ଯୋଜନା କାର୍ଯ୍ୟକାରୀ ହେଲେ ଏଥିପାଇଁ ୧ ବିଲିୟନ୍ ଡଲାର ବିନିମୟରେ ଯୁକ୍ତରାଷ୍ଟ୍ର ଆମେରିକାରୁ ‘ନେସ୍ନାଲ୍ ଆଡ୍ଭାନ୍ସ୍ଡ୍ ସର୍ଫେସ୍ ଟୁ ଏୟାର୍ ମିସାଇଲ୍ ସିଷ୍ଟମ୍-ଟୁ’ ଅଣାଯିବା ନିମନ୍ତେ ଆବଶ୍ୟକ ‘ଆକ୍ସେପ୍ଟାନ୍ସ୍ ଅଫ୍ ନେସେସିଟି’କୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ଡିଫେନ୍ସ୍ ଆକ୍ୱିଜିସନ୍ କାଉନ୍ସିଲ୍’ ଅନୁମୋଦନ କରିଛି। ‘ନେସ୍ନାଲ୍ ଆଡ୍ଭାନ୍ସ୍ଡ୍ ସର୍ଫେସ୍ ଟୁ ଏୟାର୍ ମିସାଇଲ୍ ସିଷ୍ଟମ୍-ଟୁ’ ରହିଛି ଥ୍ରି- ଡାଇମେନସାଲ ସେଣ୍ଟିନେଲ୍ ରାଡାର, ସର୍ଟ ଆଣ୍ଡ୍ ମିଡିୟମ୍-ରେଞ୍ଜ୍ ମିସାଇଲ୍, ଲଞ୍ଚର୍, ଫାୟାର୍ ଡିଷ୍ଟ୍ରିବ୍ୟୁସନ୍ ସେଣ୍ଟର୍ କମାଣ୍ଡ୍ ଓ କଣ୍ଟ୍ରୋଲ୍ ୟୁନିଟ୍। ଫଳରେ ଆକାଶ ମାର୍ଗରୁ ଆସୁଥିବା ଏକାଧିକ ବିପଦକୁ ତୁରନ୍ତ ଚିହ୍ନଟ କରିବା ସହ ସେଗୁଡ଼ିକୁ ଅନୁସରଣ କରି ତଳକୁ ଖସାଇ ପାରିବ ୱାସିଂଟନରେ କାର୍ଯ୍ୟ କରୁଥିବା ଏହି ସିଷ୍ଟମ୍। କେତେକ ନାଟୋ ଦେଶରେ ମଧ୍ୟ ଏହା ମୁତୟନ କରାଯାଇଛି। ତେବେ ଏକ ରିପୋର୍ଟରୁ ଜଣାପଡିଛି ଯେ, ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ରାଜଧାନୀ, ଇସ୍ରାଏଲ୍ ସହର ଏବଂ ମସ୍କୋର ମଧ୍ୟ ନିଜ ନିଜର କ୍ଷେପଣାସ୍ତ୍ର ପ୍ରତିରୋଧ ବ୍ୟବସ୍ଥା ରହିଛି। ଏହା କରିବା ଦ୍ୱାରା ଭାରତ ଉପରେ କୈାଣସି ଶତ୍ରୁ ରାଷ୍ଟ୍ର ଆକ୍ରମଣ କଲେ ତାହାର ସଠିକ ଭାବରେ ମୁକାବିଲ କରାଯାଇ ପାରିବ ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହା କେବେ ଠାରୁ ଆରମ୍ଭ ହେବ ସେନେଇ କୈାଣସି ନିର୍ଦ୍ଧିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ ।