ସାଧାରଣତନ୍ତ୍ର ଦିବସରେ ୧୦ ଆସିଆନ ଦେଶର ରାଷ୍ଟ୍ରମୁଖ୍ୟ ମୁଖ୍ୟ ଅତିଥି : ଦିଲ୍ଲୀର ରାଜପଥରେ ବିଶ୍ୱ ଦେଖିବ ଭାରତର ଦମ୍

102

 କନକ ବ୍ୟୁରୋ : ଆଜି ଦେଶ ପାଳୁଛି ୬୯ ତମ ସାଧାରଣତନ୍ତ୍ର ଦିବସ । ଆଜିର ଦିନରେ ଦିଲ୍ଲୀର ରାଜପଥରେ ବିଶ୍ୱ ଦେଖିବ ଭାରତର ଦମ । ଏଥିରେ ଦେଶର ସୈନ୍ୟ ଶକ୍ତି  ସହ ବିକାଶ ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିବ । ଆଜିର ସଧାରଣତନ୍ତ୍ର ଦିବସରେ ୧୦ ଆସିଆନ ଦେଶର ରାଷ୍ଟ୍ରମୁଖ୍ୟ ମୁଖ୍ୟଅତିଥି ହେବେ ।

ଆସିଆନ ଦେଶରେ ଥାଇଲାଣ୍ଡ, ଭିଏତନାମ, ଇଣ୍ଡୋନେସିଆ, ମାଲେସିଆ, ଫିଲିଫାଇନସ, ସିଙ୍ଗାପୁର, ମିଆଁମାର, କାମ୍ବୋଡିଆ, ଲାଓସ ଓ ବ୍ରୁନେଇ ସାମିଲ ଅଛନ୍ତି । ଏଥିଲାଗି ରାଜପଥରେ ହେବାକୁ ଥିବା ପରେଡକୁ ଏଥର ଖାସ କରାଯଇଛି । ପରେଡର ଆରମ୍ଭ ୧୦ ଆସିଆନ ଦେଶର ଜାତୀୟ ପତାକା ସହ ହେବ । ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ବି ଏଥିରେ ସାମିଲ ହେବ । ବାୟୁ ସେନା ଦ୍ୱାରା  କରାଯିବାକୁ ଥିବା ଫ୍ଲାଇଟ ପାଷ୍ଟରେ ୩ ସେନାର ପତାକା ସହ ଆସିଆନ ଦେଶ ସମୂହର ପତାକା ପ୍ରଦର୍ଶନ କରାଯିବ ।  ଏଥର ପରେଡରେ ଆକର୍ଷଣ ହେବ ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସ । ଏହା ସହ ନିର୍ଭୟ, ଆକାଶ, ଭୀଷ୍ମ ଟ୍ୟାଙ୍କ ଓ ଅନ୍ୟ ସ୍ୱଦେଶୀ ରାଡାର ବି ପ୍ରଦର୍ଶିତ ହେବ । ଏଥି ମଧ୍ୟରେ ରହିଛି ୨୧ ଯୁଦ୍ଧ ବିମାନ, ୧୨ ହେଲିକପ୍ଟର, ଓ ୪ ଟ୍ରାନ୍ସପୋର୍ଟ ଏୟାରକ୍ରାଫଟ  । ଯୁଦ୍ଧ ବିମାନ ମଧ୍ୟରେ ରହିଛି ସୁଖୋଇ, ତେଜଶ ଓ ମିଗ-୨୯ । ପରେଡରେ  ସେନା ସହ ପଞ୍ଜାବ ରେଜିମେଂଟ, ମରାଠା ଲାଇଟ ଫେକ୍ଟ୍ରି, କୋଷ୍ଟଗାର୍ଡ, ବିଏସଏଫ ବି ସାମିଲ ହେବେ ।