ରହସ୍ୟ ଘେରରେ ଆସିଷ୍ଟାଂଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ: ହାତରେ ନାହିଁ ହୀରା ମୁଦି, ପାଦରୁ ପାଉଁଜି ବି ଗାଏବ

427

କନକ ବ୍ୟୁରୋ: ରହସ୍ୟ ଘେରରେ ଆସିଷ୍ଟାଂଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା । ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ସୁସ୍ମିତାଙ୍କର କାହିଁକି ଏବଂ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ସେନେଇ ଦ୍ୱନ୍ଦ୍ୱ ଜାରି ରହିଛି । ଗତ ୧୬ ତାରିଖରେ ରାଜଗାଙ୍ଗପୁର କେଶରାମାଲ ସ୍ଥିତ ବାସଭବନରୁ କାର୍ଯ୍ୟାଳୟକୁ ଆସି ଆଉ ଫେରିନଥିଲେ ସୁସ୍ମିତା । ୧୭ ତାରିଖରେ ସୁସ୍ମିତାଙ୍କ ଭାଇ ସନ୍ଦୀପ ମିଞ୍ଜ ଉଦିତନଗର ଥାନାରେ ଏକ ନିଖୋଜ ରିପୋର୍ଟ ଦେଇଥିଲେ । ତା’ପରେ ଏକ ହୋଟେଲରେ ସୁସ୍ମିତା ଥିବା ନେଇ ଜାଣିବାକୁ ପାଇଥିଲେ । ପରିବାର ଲୋକ ହୋଟେଲ ଆସି ତାଙ୍କୁ ନେବାକୁ ଚାହୁଁଥିବାରୁ ସୁସ୍ମିତା ତାଙ୍କ ସହ ଯିବାକୁ ମନା କରିଥିଲେ । ଏହା ପରେ ୧୯ ତାରିଖ ଦିନ ସୁସ୍ମିତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ପରିବାର ପକ୍ଷରୁ ଦିଆଯାଇଥିବା ଏତଲା ଅଧାରରେ ତଦନ୍ତ ଜାରି ରଖିଛି ପୋଲିସ । ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହୁଥିବା ବେଳେ ସୁସ୍ମିତାଙ୍କ ମା’ ଓ ଭାଇ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ।

ହାତରେ ନାହିଁ ହୀରା ମୁଦି
ସୁସ୍ମିତାଙ୍କୁ ହତ୍ୟା?
ରହସ୍ୟ ଘେରରେ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ
କାହିଁକି ଓ କେଉଁ ପରିସ୍ଥିତିରେ ହେଲା ମୃତ୍ୟୁ?
ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାରର ଅଭିଯୋଗ
ହୀରା ମୁଦି ଓ ରୂପା ପାଉଁଜି ନଥିବା ପରିବାରର ଅଭିଯୋଗ
କୁଆଡ଼େ ଗଲା ସୁସ୍ମିତାଙ୍କ ଦୁଇଟି ହୀରା ମୁଦି?
ଗୋଡ଼ରେ ପିନ୍ଧିଥିବା ରୂପା ପାଉଁଜି ମଧ୍ୟ ନାହିଁ
ମୃତଦେହରେ ରହିଥିଲା ପୋଡ଼ା ଚିହ୍ନ
ହାତରେ କଟା ଦାଗ ରହିଥିବା ପରିବାର ପକ୍ଷରୁ ଅଭିଯୋଗ
ଘରକୁ ନଫେରିବାରୁ ପରିବାର ପକ୍ଷରୁ ଏତଲା
ଜିଲ୍ଲାପାଳ ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟୀ କଲେ ପରିବାର