ଓଡିଶା ମୁହାଁ ବାତ୍ୟା ! ବଙ୍ଗୋପସାଗରରେ ଅବପାତ, ୪୮ ଘଂଟା ମଧ୍ୟରେ ବାତ୍ୟାର ରୂପ ନେବାର ସମ୍ଭାବନା । ଗୋପାଳପୁରଠାରୁ ୭୨୦କିମି ଦୂରରେ ହେଉଛି ଘନୀଭୂତ

188

କନକ ବ୍ୟୁରୋ: ବଙ୍ଗୋପସଗାରରେ ଅବପାତ । ଆସନ୍ତା ୪୮ ଘଂଟା ଭିତରେ ବାତ୍ୟାର ରୂପ ନେବ ଅବପାତ । ଗୋପାଳପୁରଠାରୁ ୭୨୦ କିଲୋମିଟର ଦୂରରେ ମାଡିଆସୁଛି ବାତ୍ୟା । ଏହା ଏବେ ଓଡିଶା ଓ ଉତର ଆନ୍ଧପ୍ରଦେଶ ମୁହାଁ ହେଉଛି । ଅବପାତ ଏବେ ପୂର୍ବ-କେନ୍ଦ୍ର ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି ।

ସେପଟେ, ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପଡିପ୍ରେସନର ରୂପ ନେଇଛି ଓ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟ ଉପରେ ପଡିବାର ସମ୍ଭାବନା ରହିଛି । ତାହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଓଡିଶା ସମେତ ତାମିଲନାଡୁ, କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର,ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, ଲାକ୍ଷାଦ୍ୱୀପ, ଡାମନ ଓ ଡିଉ ଏବଂ ଦାଦ୍ରା ନଗରହାବେଳିର ସରକାରଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆରବ ସାଗରରେ ଆସୁଛି ମହାବାତ୍ୟା : ଓଡିଶା ସମେତ ୧୩ଟି ରାଜ୍ୟ ପାଇଁ ସତର୍କ ସୂଚନା ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ଆରବ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଘଂଟାପ୍ରତି ୧୪ କିମି ବେଗରେ ପଶ୍ଚିମ ଆଡକୁ ଗତି କରୁଛି । ଏବେ ଏହା ଲାକ୍ଷା ଦ୍ୱୀପଠାରୁ ୯୮୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଆଜି ବାତ୍ୟାର ରୂପ ନେଇପାରେ । ଆସନ୍ତାକାଲି ମହାବାତ୍ୟାର ରୂପ ନେଇପାରେ । ଏହି ସମୟରେ ଘଂଟାପ୍ରତି ୧୩୦କିମି ବେଗରେ ପବନ ବହିବାର ଆଶଙ୍କା କରାଯାଉଛି । ଏହାର ପ୍ରଭାବରେ ତାମିଲନାଡୁ, ପଣ୍ଡିଚେରୀ, କେରଳ ଓ ଲାକ୍ଷାଦ୍ୱୀପରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।