ଆସିଲା ଅଜଣା କଲ୍, ଆକାଉଣ୍ଟରୁ ଉଡିଗଲା ୫୦ଲକ୍ଷ । ସାଇବର ଠକଙ୍କ ନୂଆ ଫରମୁଲା 

338

କନକ ବ୍ୟୁରୋ : ଲୋକଙ୍କୁ ସବୁବେଳେ ସତର୍କ କରାଯାଉଛି ଅଜଣା କଲ୍ ଏବଂ ଅଜଣା ମେସେଜଠୁ ସାବଧାନ ରୁହନ୍ତୁ । କାହିଁକିନା ଆଜିକାଲି ବିଭିନ୍ନ ଉପାୟରେ ଲୋକଙ୍କୁ ଠକୁଛନ୍ତି ସାଇବର ଠକ । ଦିଲ୍ଲୀରୁ ବି ଏହିପରି ଏକ ସମାନ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକଙ୍କୁ ଆକାଉଣ୍ଟରୁ ୫୦ଲକ୍ଷ ଟଙ୍କା ଲୁଟିନେଇଛି ସାଇବର ଠକ । ଆସନ୍ତୁ ଜାଣିବା କେମିତି ଥିଲା ପୂରା ଘଟଣା ।

ଠକାମୀର ଶିକାର ହୋଇଥିବା ବ୍ୟକ୍ତିଙ୍କ କହିବା ଅନୁସାରେ, ତାଙ୍କ ପାଖକୁ ଏକ ଅଜଣା କଲ ଆସିଥିଲା । ସେ ଫୋନ୍ ରିସିଭ୍ କରିଥିଲେ କିନ୍ତୁ ଫୋନରେ କୌଣସି ପ୍ରତିକ୍ରିୟା ମିଳିନଥିଲା । ଏହାପରେ ତାଙ୍କ ନିକଟକୁ ବାରମ୍ବାର ସେହି ନମ୍ବରରୁ ମିସକଲ୍ ଆସିଥିଲା । ପ୍ରାୟ ୧ଘଣ୍ଟା କାଳ ସେହି ନମ୍ବରରୁ ବାରମ୍ବାର କଲ୍ ଏବଂ ମିସକଲ୍ ଆସିଥିଲା । ଏହାପରେ ମୋବାଇଲକୁ ଗୋଟିଏ ମେସେଜ୍ ଆସିଥିଲା । ଯାହାକୁ ଦେଖି ବ୍ୟକ୍ତିଙ୍କ ହୋସ ଉଡିଯାଇଥିଲା । କାହିଁକିନା ତାଙ୍କ ଆକାଉଣ୍ଟରୁ ୫୦ଲକ୍ଷ ଟଙ୍କା କଟିଯାଇଥିଲା । ଏହାପରେ ପୋଲିସରେ ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିବା ବ୍ୟକ୍ତି

ପୋଲିସ କହିବା ଅନୁସାରେ, ଠାକାମୀର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଖକୁ ଏକ ଓଟିପି ଆସିଥିଲା । କିନ୍ତୁ ସେତେବେଳକୁ ବ୍ୟକ୍ତିଙ୍କ ମୋବାଇଲ ହ୍ୟାକ୍ ହୋଇସାରିଥିଲା । ସେଥିପାଇଁ ଓଟିପି ଆସିବା କଥା ବ୍ୟକ୍ତି ଜଣକ ଜାଣିପାରିନଥିଲେ । ଆଉ ଅତି ଚାଲାକର ସହ ଆକାଉଣ୍ଟରୁ ୫୦ଲକ୍ଷ ଟଙ୍କା ଲୁଟିନେଲା ସାଇବର ଠକ, ତେବେ ଏହି ଘଟଣାଟି ଘଟିଛି ଦିଲ୍ଲୀରେ