ଶେଷ ରଜରେ ଆମିଷ ମାର୍କେଟରେ ପ୍ରବଳ ଭିଡ । ଭଲ ବ୍ୟବସାୟ ନେଇ ବେଶ ଖୁସି ବ୍ୟବସାୟୀ

276

କନକ ବ୍ୟୁରୋ: ରବିବାରରେ ପଡ଼ିଛି ଶେଷ ରଜ । ତେଣୁ ସକାଳୁ ସକାଳୁ ଆମିଷ ମାର୍କେଟରେ ଭିଡ଼ ଦେଖିବାକୁ ମିଳିଛି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଜାରକୁ ପର୍ଯ୍ୟାପ୍ତ ପରିମାଣର ମାଛ, ଚିକେନ, ମଟନ, ଚିଙ୍ଗୁଡ଼ି ଓ କଙ୍କଡା ମଧ୍ୟ ଅଣାଯାଇଛି । ଗ୍ରାହକଙ୍କୁ ସୁହାଇଲା ଭଳି ଦର ମଧ୍ୟ ରଖାଯାଇଛି । ରବିବାରରେ ଶେଷ ରଜ ପଡ଼ିଥିବାରୁ ଭଲ ବେପାର ନେଇ ମଧ୍ୟ ଆଶା ରଖିଛନ୍ତି ବ୍ୟବସାୟୀ ।