ଇଡକଲ୍ କୁବେର ଡେପୁଟି ମ୍ୟାନେଜରଙ୍କ ଘରୁ ବାହାରିଲା କୋଟି କୋଟି ଟଙ୍କା । ଆହୁରି ଅଧିକ ଟଙ୍କା ଗହଣା ମିଳିବା ଅନୁମାନ

153

କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ସୀମାଗୋଡା ଇଡକଲ୍ ଅମ୍ପାଭାଲି ଲାଇମ୍ ଷ୍ଟୋନ୍ ମାଇନ୍ସ ଡେପୁଟୀ ମ୍ୟାନେଜରଙ୍କ ଅମାପ ସମ୍ପତ୍ତିି । ଗୟା ସାମନ୍ତରାଙ୍କ ବେଆଇନ୍ ସମ୍ପତ୍ତିି ନେଇ ଭିଜିଲାନ୍ସ ଯେତେ ଖୋଳୁଛି ତାଙ୍କ ଘରୁ ସେତେ ସମ୍ପତି ବାହାରୁଛି । ଭୁବନେଶ୍ୱର ସ୍ଥିତ ଘରୁ ମିଳିଛି ନଗଦ କୋଟିଏ ସାଢେ ୬ ଲକ୍ଷ ଟଙ୍କା । କେବଳ ଏତିକି ନୁହେଁ, ସୁନା ଗହଣା ଦେଖି ତାଜୁବ ହୋଇଯାଇଥିଲେ ଭିଜିଲାନ୍ସ ଅଧିକାରୀ । କେଜିଏ ୮୩ ଗ୍ରାମ ସୁନା ଓ ୬ କେଜି ୭୫୦ ଗ୍ରାମ ରୁପା ଜବତ ହୋଇଛି । ଏହା ଭିତରେ ରହିଛି ରୁପା ଗ୍ଲାସ, ଗିନା, ଥାଳି ଭଳି ବହୁ ସାମଗ୍ରୀ । ଆହୁରି ଅଧିକ ଟଙ୍କା ଓ ଗହଣା ମିଳିବା ନେଇ ଅନୁମାନ କରାଯାଉଛି ।

ସେ କୋଟି କୋଟି ଟଙ୍କା କେଉଁଠୁ ଆଣିଲେ ଓ କିଏ ଦେଇଛନ୍ତି, ସେନେଇ ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟ ଅଣାଯାଇ ପଚରାଉଚରା କରାଯାଉଛି ।