ଆଇପିଏଲ୍ ୨୦୨୦ ପାଇଁ ନିଲାମୀ । ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପାଟ୍ କମିନ୍ସଙ୍କୁ ୧୫.୫ କୋଟିରେ କିଣିଲା କେକେଆର, ମୁମ୍ବାଇ ଇଣ୍ଡିଆନ୍ସ ପକେଟରେ କ୍ରିସ୍ ଲିନ୍

2,897

କନକ ବ୍ୟୁରୋ: ବାଜିଲା ଆଇପିଏଲ ବିଗୁଲ । ଆଇପିଏଲ-୨୦୨୦ ସିଜନ ପାଇଁ ନିଲାମୀ ଜାରି ରହିଛି । ଚଳିଥର ମୋଟ୍ ୭୩ ଜଣ ଖେଳାଳିଙ୍କୁ କିଣିବେ ବିଭିନ୍ନ ଟିମ୍ । ସେଥିରେ ସାମିଲ ଅଛନ୍ତି ୨୯ ଜଣ ବିଦେଶୀ ଖେଳାଳୀ । ତେବେ ନିଲାମୀ ଆରମ୍ଭରୁ ହିଁ କୋଲକାତାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଲିନଙ୍କୁ ଚଳିତଥରର ଚାମ୍ପିୟାନ ଦଳ ମୁମ୍ବାଇ ଇଣ୍ଡିଆନ୍ସ ୨ କୋଟି ଟଙ୍କାରେ କିଣିଛି । ସେହିଭଳି ଇଂଲଣ୍ଡ ଟିମ୍ କ୍ୟାପଟେନ୍ ଇୟନ ମୋର୍ଗାନଙ୍କୁ ୫.୨୫ କୋଟି ଟଙ୍କାରେ କିଣିଲା କୋଲକାତା ନାଇଟ୍ ରାଇଡର୍ସ ।

କେଉଁ ଖେଳାଳୀଙ୍କୁ କେତେ ଟଙ୍କାରେ କିଣିଲା କେଉଁ ଟିମ୍ ..

  • ରବିନ ଉଥପ୍ପାଙ୍କୁ ୩ କୋଟି ଟଙ୍କାରେ କିଣିଲା ରାଜସ୍ଥାନ ରୟାଲ୍ସ । ପୂର୍ବରୁ କେକେଆର ପାଇଁ ଖେଳି ଆସିଛନ୍ତି ରବିନ୍
  • ଜେସନ ରୟଙ୍କୁ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ । ୧.୫୦ କୋଟି ଟଙ୍କାରେ ବିକ୍ରି ହେଲେ ଇଂଲଣ୍ଡର ଏହି ଖେଳାଳି
  • ଅଷ୍ଟ୍ରେଲିଆ ଖେଳାଳି ଆରୋନ ଫିଞ୍ଚଙ୍କୁ କିଣିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ୪.୪ କୋଟି ଟଙ୍କାରେ ଫିଞ୍ଚଙ୍କୁ କିଣିଲା ଆରସିବି
  • ପୁରୁଣା ଦଳକୁ ଫେରିଲେ ମ୍ୟାକ୍ସୱେଲ । ୧୦.୭୫ କୋଟି ଟଙ୍କାରେ ମ୍ୟାକ୍ସୱେଲଙ୍କୁ କିଣିଲା କିଙ୍ଗସ ଏକାଦଶ ପଞ୍ଜାବ
  • କ୍ରିସ ୱକ୍ସଙ୍କୁ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ । ୧.୫ କୋଟି ଟଙ୍କାରେ ଓକ୍ସଙ୍କୁ କିଣିଲା ଦିଲ୍ଲୀ, ଗତଥର ଆରସିବି ପକ୍ଷରୁ ଖେଳୁଥିଲେ ଓକ୍ସ
  • ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପାଟ୍ କମିନ୍ସଙ୍କୁ ୧୫.୫ କୋଟିରେ କିଣିଲା କୋଲକାତା ନାଇଟ ରାଇଡର୍ସ
  • ଇଂଲଣ୍ଡର ଅଲରାଉଣ୍ଡର ସାମ କୁରାନଙ୍କୁ ୫.୫ କୋଟିରେ କିଣିଲା ଚେନ୍ନାଇ ସୁପର କିଙ୍ଗସ
  • ସାଉଥ୍ ଆଫ୍ରିକାର ଅଲରାଉଣ୍ଡର କ୍ରିସ୍ ମୋରିସ୍ କୁ ୧୦ କୋଟି ଟଙ୍କାରେ କିଣିଲା ଆରସିବି
  • ଅଷ୍ଟ୍ରେଲିଆ ୱିକେଟ୍ କିପର ଆଲେକ୍ସ କ୍ୟାରୀଙ୍କୁ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ । ୨.୪ କୋଟି ଟଙ୍କାରେ କିଣାହେଲେ ଆଲେକ୍ସ ।
  • ଭାରତୀୟ ବାମହାତୀ ଦ୍ରୁତ ବୋଲର ଜୟଦେବ ଉନାଦକତ୍ ଙ୍କୁ କିଣିଲା ରାଜସ୍ଥାନ ରୟାଲ୍ସ । ୩ କୋଟି ଟଙ୍କାରେ ଉନାଦକତକୁ ବିକ୍ରି ହେଲେ ।
  • ପୁରୁଣା ଘରକୁ ଫେରିଲେ କୁଲ୍ଟର ନାଇଲ । ୮ କୋଟି ଟଙ୍କାରେ କୁଲ୍ଟରଙ୍କୁ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ
  • ଶେଲଡନ୍ କଟ୍ରେଲକୁ କିଣିଲା କିଙ୍ଗ୍ସ ଇଲେଭେନ୍ ପଞ୍ଜାବ, ୮.୫ କୋଟି ଟଙ୍କାରେ ବିକ୍ରି ହେଲେ କଟ୍ରେଲ, ସେହିପରି ପିୟୂଷ ଚାୱାଲାଙ୍କୁ ପ୍ରଥମଥର ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ । ୬.୭୫ କୋଟି ଟଙ୍କାରେ କୋଲକାତାରୁ ଚେନ୍ନାଇ ଟିମ୍ କୁ ଗଲେ ଭାରତୀୟ ସ୍ପିନର ପୀୟୂଷ
  • ଦିନରେ ଶତକ, ସନ୍ଧ୍ୟାରେ ଗୁପଚୁପ୍ ବିକୁଥିଲେ, ଏବେ ଆଇପିଏଲ ଗ୍ରାଉଣ୍ଡରେ ନଜର ଆସିବେ । ଯୁବ କ୍ରିକେଟର ଯଶସ୍ୱୀ ଜୟସ୍ୱାଲଙ୍କୁ କିଣିଲା ରାଜସ୍ଥାନ ରୟାଲ୍ସ । ୨.୪୦ କୋଟି ଟଙ୍କାରେ କିଣିଲା ରାଜସ୍ଥାନ ।