ଶୀତରେ ଥରୁଛି ଓଡ଼ିଶା : ଅନୁଗୁଳ ସବୁଠାରୁ ଶୀତଳ ସହର,୫ ଡିଗ୍ରୀ ସେଲସିୟସକୁ ଖସିଲା ପାରଦ

855

କନକ ବ୍ୟୁରୋ :  ଶୀତରେ ଥରୁଛି ଓଡ଼ିଶା । ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ହାଡଭ଼ଙ୍ଗା ଜାଡ଼ ସାଙ୍ଗକୁ କୋହଲା ପବନ ଦେହ ଥରାଇ ଦେଉଛି । ରାତିରେ ଥଣ୍ଡାର ପ୍ରକୋପ ଏତେ ଅଧିକ ରହୁଛି ଯେ, ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ଘନ କୁହୁଡ଼ି ଓ ଅସମ୍ଭାଳ ଶୀତରେ ଦେହ ହାତ କାଲୁଆ ହୋଇଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଆଜି ୧୦ ଡିଗ୍ରୀ ତଳେ ୧୪ଟି ସହର ରହିଛି ।

ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ସର୍ବନିମ୍ନ ୫ ଡିଗ୍ରୀ ସହ ଅନୁଗୁଳ ସବୁଠାରୁ ଥଣ୍ଡା ସହର ବୋଲି ଜଣାପଡ଼ିଛି । ଅନୁଗୁଳରେ ସର୍ବନିମ୍ନ ୫ ସହଡିଗ୍ରୀ ପ୍ରଥମ , ସୋନପୁର ୫.୬ ଡିଗ୍ରୀ ସହ ଦ୍ୱିତୀୟ , କେନ୍ଦୁଝର ୬.୨ ଡିଗ୍ରୀ ସହ ତୃତୀୟ ସବୁଠାରୁ ଥଣ୍ଡା ସହର ବୋଲି ଜଣାପଡ଼ିଛି ।  ଦାରିଙ୍ଗିବାଡ଼ି ୬ ଡିଗ୍ରୀ,  ଫୁଲବାଣୀରେ ୬.୫ ଡିଗ୍ରୀ, ଟିଟଲାଗଡରେ ୮ ଡିଗ୍ରୀ, ତାଳଚେର ୮.୬ ଡିଗ୍ରୀ .ସମ୍ବଲପୁରରେ ୮.୬ ଡିଗ୍ରୀ, ସୁନ୍ଦରଗଡରେ ୯ଡିଗ୍ରୀ, ହୀରାକୁଦରେ ୯.୬ ଡିଗ୍ରୀ ଓ ଭୁବନେଶ୍ୱରରେ ୯.୮ ଡିଗ୍ରୀ ତାପମାତ୍ରା ଥିବା ରେକର୍ଡ଼ କରାଯାଇଛି ।