୬୪ କୋଟିର ଲାଞ୍ଚ, ୫ କୋଟିର ଘରକୁ ୧୧ ଲକ୍ଷରେ ଟ୍ରାନ୍ସଫର… ଚନ୍ଦା କୋଚରଙ୍କ ବିରୋଧରେ ସିବିଆଇର ୧୦,୦୦୦ ପୃଷ୍ଠାର ଚାର୍ଜସିଟ୍

649

କନକ ବ୍ୟୁରୋ: ଆଇସିଆଇସିଆଇର ପୂର୍ବତନ ମ୍ୟାନେଜିଙ୍ଗ ଡାଇରେକ୍ଟର ଚନ୍ଦା କୋଚର , ତାଙ୍କ ସ୍ୱାମୀ ଦୀପକ କୋଚର ଓ ଭିଡିଓକନ୍ ପ୍ରତିଷ୍ଠାତା ବେଣୁଗୋପାଳ ଧୁତଙ୍କ ବିରୋଧରେ ସିବିଆଇ ଦାଖଲ କରିଛି ୧୦ ,୦୦୦ ପୃଷ୍ଠାର ଚାର୍ଜଟ୍ଟ୍ । ଏଥିରେ ଏହି ୩ ଜଣଙ୍କ ବିରୋଧରେ ସିବିଆଇ ଆଣିଛି ଗୁରୁତର ଅଭିଯୋଗ ।

ଆଇସିଆଇସିଆଇ ବ୍ୟାଙ୍କ ଦ୍ୱାରା ଭିଡିଓକନ୍ ଗ୍ରୁପ ଦ୍ୱାରା ଦିଆଯାଇଥିବା ୧.୦୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି (ଏନପିଏ) ବା ନନଫର୍ମିଙ୍ଗ ଆସେଟ୍ ହୋଇଯାଇଛି । ଏହାର ଅର୍ଥ ଯେତେବେଳେ ଲୋନ୍ ଦେଇଥିବା ସଂସ୍ଥା ବା ବ୍ୟକ୍ତି ଲଗାତାର ୩ ମାସ ଋଣ ଅର୍ଥକୁ ସୁଝିପାରେ ନାହିଁ , ବ୍ୟାଙ୍କ ଦେଇଥିବା ଋଣ ରାଶି ଉପରେ ଅନିଶ୍ଚିତତା ସୃଷ୍ଟି ହୁଏ ଫଳରେ ବ୍ୟାଙ୍କ ଏହାକୁ ଏନପିଏ ବା ନନଫର୍ମିଙ୍ଗ ଅସେଟ୍ ବୋଲି ଘୋଷଣା କରିଥାଏ । ଏଥିରେ ଋଣଦାତାକୁ ଆଉ ଅର୍ଥ ସୁଝିବାକୁ ନପଡିଲେ ବି ତାଙ୍କର ସିଭିଲ ରିପୋର୍ଟ ଖରାପ ହୋଇଯାଏ ଏବଂ ଆଉ ଥରେ ଋଣ ନେବାରେ ସମସ୍ୟା ହୁଏ ।

ସିବିଆଇ ଦାଖଲ କରିଥିବା ଚାର୍ଜସିଟରେ ଉଲ୍ଲେଖ ଅଛି ଯେ, ଚନ୍ଦା କୋଚର ଆଇସିଆଇସିଆଇର ଏମଡି ଥିବା ସମୟରେ ଭିଡିଓକନ୍ ଗ୍ରୁପକୁ ବେଆଇନ ଭାବେ ୧୮୭୫ କୋଟିର ଋଣ ଦେଇଥିଲେ । ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଅପରାଧିକ ଷଡଯନ୍ତ୍ର ଆଧାରରେ ଭିଡିଓକନ୍ ଗ୍ରୁପକୁ ଟର୍ମ ଲୋନ୍ ଦିଆଯାଇଥିଲା । କୋଚର ଅଧ୍ୟକ୍ଷତା କରୁଥିବା ଟିମ୍ ଦ୍ୱାରା ୨୦୦୯ ଅଗଷ୍ଟ ୨୬ରେ ଭିଡିଓକନ୍ ଇଣ୍ଟରନ୍ୟାସନାଲ ଲିମିଟେଡ୍କୁ ୩୦୦ କୋଟି ଟଙ୍କାର ମଞ୍ୁରୀ ଦିଆଯାଇଥିଲା ।

କେବଳ ଏତିକି ନୁହେଁ ଚନ୍ଦା କେଚର ଯେଉଁ ଫ୍ଲାଟରେ ରହୁଥିଲେ ଏହାର ମାଲିକାନା ଭିଡିଓକନ୍ ଗ୍ରୁପ ପାଖରେ ଥିଲା । ଏହାପରେ ଏହି ଫ୍ଲାଟ୍ କୋଚରଙ୍କ ପରିବାରିକ ଟ୍ରଷ୍ଟକୁ ଟ୍ରାନ୍ସଫର କରିଦିଆଯାଇଥିଲା । ଫ୍ଲାଟର ପ୍ରକୃତ ମୂଲ୍ୟ ସାଢେ ୫ କୋଟି ହୋଇଥିବାବେଳେ ୨୦୧୬ରେ ଏହାକୁ ମାତ୍ର ୧୧ ଲକ୍ଷ ଟଙ୍କାରେ ଟ୍ରାନ୍ସଫର କରାଯାଇଥିଲା । ସିବିଆଇ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ, ଚନ୍ଦା କୋଚର ନିଜର କାର୍ଯ୍ୟକାଳ ମଧ୍ୟରେ ୬୪ କୋଟି ଟଙ୍କାର ଲାଞ୍ଚ ନେଇଛନ୍ତି ଏବଂ ବ୍ୟାଙ୍କର ଧନକୁ ଅପବ୍ୟବହାର କରିଛନ୍ତି ।