ରାଜଧାନୀରେ ଗଡିଲା ଇ-ବସ, ଇ-ଅଟୋ। ମହିଳାଙ୍କୁ ପ୍ରଥମ ଥର ସୁଯୋଗ ଦେଲା କ୍ରୁଟ୍।

109

କନକ ବ୍ୟୁରୋ: ରାଜଧାନୀରେ ଗଡିଲା ମୋ ଇ-ରାଇଡ ଏବଂ ଇ-ବସ । ବ୍ୟାଟେରୀ ଚାଳିତ ମୋ ବସ ଏବଂ ଅଟୋ ରିକ୍ସାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏୟାରପୋର୍ଟରୋଡର ନବୀନ ନିବାସ ସାମ୍ନାରେ ଉଭୟ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ବାୟୁପ୍ରଦୂଷଣ ଏବଂ ଶବ୍ଦ ପ୍ରଦୂଷଣ ମୁକ୍ତ ହୋଇପାରିବ ।

ଏହା ମୋ ବସର ୪ଟି ରୁଟରେ ଚାଲିବ । ସମସ୍ତ ଇ- ବସରେ ଏସି ସୁବିଧା ସହିତ, ମହିଳା ଯାତ୍ରୀମାନଙ୍କ ପାଇଁ ଗୋଲାପୀ ରଙ୍ଗର ସଂରକ୍ଷିତ ସିଟ ରହିଛି । ଏଥିରେ ଗାଇଡ ଭାବେ ୫୦ ପ୍ରତିଶତ ମହିଳା ଏବଂ ମୋ ରାଇଡରେ ଶତ ପ୍ରତିଶତ ମହିଳା ଓ କିନ୍ନରଙ୍କୁ ସାରଥି ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଥମ ଥର କ୍ରୁଟ ପକ୍ଷରୁ ମହିଲାମାନଙ୍କୁ ମୋ ବସ ଚାଳନା ପାଇଁ ସୁଯୋଗ ଦିଆଯାଇଛି ।