ବେତନଟୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବସକୁ ଧକ୍କା ଦେଲା ଟ୍ରଲର, ଘଟଣାସ୍ଥଳରେ ୪ ମୃତ, ୨୬ ଆହତ

ଭୁବନେଶ୍ୱରରୁ ବାରିପଦା ଯାଉଥିଲା ବସ୍

124

କନକ ବ୍ୟୁରୋ: ଯାତ୍ରିବାହୀ ବସକୁ ଧକ୍କା ଦେଲା ଟଲର । ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ୨୬ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥର ଆଗିରିଆ ଛକରେ ରାତି ପ୍ରାୟ ସାଢେ ୧୨ଟାରେ ଏହି ଦୁର୍ଘଟଣା ଘଟିଛି ।

ଭୁବନେଶ୍ୱରରୁ ବାରିପଦା ଆସୁଥିବା ଏକ ବସକୁ ମୁହାଁମୁହିଁ ଧକ୍କା ଦେଇଥିଲା ଟେଲର । ବସରେ ୩୦ରୁ ଅଧିକ ଯାତ୍ରୀ ଥିବା ବେଳେ ସାମ୍ନାପଟୁ ଧକ୍କା ହେବାରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏପରିକି ଘଟଣାସ୍ଥଳରେ ହିଁ ୪ ଜଣଙ୍କ ଜୀବନ ଚାଲିଯାଇଥିଲା । ଆହତଙ୍କୁ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ଗାଡିରେ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।