ବଲାଙ୍ଗୀର ବିଜାଖମନ ଏନଏଚରେ ମାରୁତି କାର ଓ ଟାଟା ଏସି ମୁହାଁମୁହିଁ ଧକ୍କା: ଜଣେ ମୃତ, ୨ଗୁରୁତର

32

ବଲାଙ୍ଗୀର : ବଲାଙ୍ଗୀର ବିଜାଖମନ ଏନଏଚ ଉପରେ ଦୁର୍ଘଟଣା । ମାରୁତି କାର ଓ ଟାଟା ଏସି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଦେଓଗାଁ ଦସାନ୍ଧ ପଂଚାୟତର ଗୋଟିଏ ପରିବାରର ୫ ଜଣ ସଦସ୍ୟ ମାରୁତି କାର ଯୋଗେ ବଲାଙ୍ଗିର ରେଳ ଷ୍ଟେସନକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବିପରୀତ ଦିଗରୁ ଆସୁଥିବା ଟାଟା ଏସି, ମାରୁତି ଗାଡିକୁ ସାମ୍ନାପଟୁ ଧକ୍କା ଦେଇଥିବା ଜଣାପଡିଛି ।