ବ୍ଲୁ ହ୍ୱେଲ ଗେମକୁ ନେଇ କଟକ, ଭୁବନେଶ୍ୱରରେ ପରାମର୍ଶବଳୀ ! ଟ୍ୱିନସିଟିର ପୁଲିସ କମିଶନରଙ୍କ ଦ୍ୱାରା ଆସନ୍ତା କାଲି ଏକ ବୈଠକର ଆୟୋଜନ

29

Classroompic2_7510କନକ ବ୍ୟୁରୋ : ବ୍ଲୁ ହ୍ୱେଲ ଗେମକୁ ନେଇ କଟକ, ଭୁବନେଶ୍ୱରରେ ପରାମର୍ଶବଳୀ ଜାରି ହୋଇଛି । ଟ୍ୱିନସିଟିର ପୁଲିସ କମିଶନର ଏନେଇ ଆସନ୍ତା କାଲି ଦିନ ୧୧ଟାରେ ଏକ ବୈଠକର ଆୟୋଜନ କରିଛନ୍ତି । ଯେଉଁ ବୈଠକରେ ବ୍ଲୁ ହ୍ୱେଲ ଗେମ ଉପରେ ଆଲୋଚନା କରାଯିବ । କିଭଳି ଛାତ୍ର ଛାତ୍ରୀ ମାନେ ବ୍ଲୁ ହ୍ୱେଲଠାରୁ ଦୁରେଇ ରହି ପାରିବେ ଓ ସ୍ୱଚ୍ଛତା ଅବଲମ୍ବନ କରି ପାରିବେ ସେନେଇ ଆଲୋଚନା କରାଯିବ ।

ଏହି ବୈଠକରେ ସମସ୍ତ ସ୍କୁଲ, କଲେଜର ପ୍ରିନସିପାଲଙ୍କ ସମେତ ୟୁନିସେଫ ,ଆଇ.ଆଇ.ଟିର କର୍ମଚାରୀ ବି ସାମିଲ ହେବେ । ବ୍ଲୁ ହ୍ୱେଲ ଆପଟିକୁ ସମ୍ପୂର୍ଣ୍ଣ ଭାବରେ ବ୍ୟାନ କରାଯାଇଥିବା ବେଳେ, କେଉଁ ମାଧ୍ୟମରେ ଏହା ଲୋକଙ୍କ ପାଖରେ ପହଁଚୁଛି ତା ଉପରେ ଗୁରୁତ୍ୱ ଦିଆଯିବ ।