୨୦୨୪ ନିର୍ବାଚନ ପାଇଁ ବିଜେପିର ରଣନୀତି, ସମସ୍ତ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଟିକେଟ ଦିଆଯିବା ନେଇ ଚର୍ଚ୍ଚା

232

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହାରିବା ପରେ ୨୦୨୪ ନିର୍ବାଚନ ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଛି । କଣ୍ଣାଟକ ନିର୍ବାଚନରେ ପରାଜୟ ପରେ ବିଜେପି ଅଧିକ ନେବାକୁ ଚାହୁଁନି । ତେଣୁ ମୋଦୀ ସରକାରଙ୍କ ସହ ସମସ୍ତ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଟିକେଟ ଦେବାକୁ ଦଳ ନିଷ୍ପତି ନେଇଥିବା ସୂଚନା ମଳିଛି । କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ଅଶ୍ୱୀନୀ ବୈଷ୍ଣବ, ଏସ ଜୟଶଙ୍କର, ଧର୍ମେନ୍ଦ୍ର ପ୍ରଧାନ ଦଳ ଏଥର ମଇଦାନକୁ ଓହ୍ଲାଇବାକୁ ଯୋଜନା କରିଛି । ଧମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରୁ ଲୋକସଭା ନିର୍ବାଚନ ଲଢିବେ ବୋଲି କୁହାଯାଉଛି । ଦଳର ହେଭିୱେଟ ନେତାଙ୍କୁ ମଧ୍ୟ ଏଥର ମଇଦାକୁ ଓହ୍ଲାଇବାକୁ ଯୋଜନା କରିଛି ।