କଂଗ୍ରେସର ମହାଭାରତ ଭିଡିଓ । ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଭିଡିଓ ପୋଷ୍ଟ କରି ବିଜେପି,ଆରଏସଏସ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କଲା ଦଳ

226

କନକ ବ୍ୟୁରୋ : କଂଗ୍ରେସ କହିଲା ସଂଗ୍ରାମର କଥା । ଏଥର ବିଜେପିକୁ ଟାର୍ଗେଟ କରିବା ପାଇଁ ନୂଆ ଭିଡିଓ ପୋଷ୍ଟ କରିଛି କଂଗ୍ରେସ । ପୌରାଣିକ ଧାରବାହିକ ମହାଭାରତ କିଛି ଦୃଶ୍ୟ ସହ ଦଳର ନେତା, ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ଚିତ୍ରକୁ ଭିଡିଓରେ ଚିତ୍ରଣ କରି ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ଏଭଳି ଏକ ଅଭିନବ ଭିଡିଓ ପୋଷ୍ଟ କରି ଶାଣିତ ଢଙ୍ଗରେ ବିଜେପିି, ଆରଏସଏସ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛି ଦଳ । କଂଗ୍ରେସର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏହି ଭିଡିଓ ପୋଷ୍ଟ ହୋଇଛି । କଂଗ୍ରେସ ଏହି ଭିଡିଓର ନାଁ ଦେଇଛି କଥା ସଂଗ୍ରାମର, ବିଶ୍ୱକଲ୍ୟାଣ ପାଇଁ । ଭିଡିଓରେ ପ୍ରଥମେ ମହାଭାରତର କିଛି ଦୃଶ୍ୟ ଆସିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହେରୁଙ୍କ ସମେତ ମହାତ୍ମା ଗାନ୍ଧୀ, ନାଥୁରାମ ଗଡସେ, ବିନାୟକ ଦାମୋଦର ସାବକର ପରି ଅନେକ ବ୍ୟକ୍ତିତ୍ୱଙ୍କୁ ଦେଖିବାକୁ ମିଳିଛି । ସବୁଠାରୁ ଅଧିକ ଧ୍ୟାନ ଆକର୍ଷଣ କରିଛି ଭିଡିଓରେ ସ୍ଥାନ ପାଇଥିବା ଶଦ୍ଧ ସଂଯୋଜନା ।

ଭିଡିିଓରେ ସ୍ଥାନ ପାଇଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ପାଇଁ ନିର୍ଦ୍ଧିଷ୍ଟ ଶଦ୍ଧ ପ୍ରୟୋଗ କରାଯାଇଛି । ପ୍ର୍ରଚ୍ଛଦପଟରେ ବିଜେପିକୁ ଟାର୍ଗେଟ କରି ରୋଚକ ଶଦ୍ଧ ସଂଯୋଜନା କରାଯାଇ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି । ତେବେ ମୋଦୀଙ୍କ ଫଟୋ ଆସିବା ମାତ୍ରକେ ଶୁଣିବାକୁ ମିଳିଛି କଳଙ୍କ, ସେହିପରି ଲାଲକୃଷ୍ଣ ଆଡବାଣୀଙ୍କ ଫଟୋରେ କଳହ, ମହାତ୍ମଗାନ୍ଧିଙ୍କ ଫଟୋରେ ଧର୍ମ, ଗଡସେଙ୍କ ଫଟୋରେ ଅଧର୍ମ, ଭଗତ ସିଂଙ୍କ ଫଟୋରେ ଅନନ୍ତ, ନେହେହୁଙ୍କ ଫଟୋରେ ସତ୍ୟ, ସାବରକଙ୍କ ଫଟୋରେ ଅସତ୍ୟ ଭଳି ଶଦ୍ଦର ପ୍ରୟୋଗ କରାଯାଇଛି । ଭିଡିଓ ପୋଷ୍ଟ କରି କଂଗ୍ରେସ ନେତା ପୱନ ଖେଡା କହିଛନ୍ତି ଭିଡିଓରେ କେବଳ ଇତିହାସ ନୁହେଁ ଦୁଇ ଭିନ୍ନ ବିଚାରଧାରାର ଐତିହାସିକ ସଂଘର୍ଷ ଓ ପରିଣାମ ମଧ୍ୟ ଦେଖିବରକୁ ମିଳିଛି ।