କନକ ବ୍ୟୁରୋ: ଉପ ନିର୍ବାଚନରେ ଚାଲୁନି ବିଜେପିର ଯାଦୁ । ଓଡିଶାରୁ ଉତ୍ତର ପ୍ରଦେଶ ସବୁଠି ବିଜେପି ପଛରେ ପଡିଛି । ଦେଶରେ ୬ଟି ସ୍ଥାନରେ ଏବେ ଉପ ନିର୍ବାଚନ ଚାଲୁଛି । ହେଲେ ସବୁ ସ୍ଥାନରେ ବିଜେପି ପଛରେ ରହିଛି । କେବଳ ବିହାରରେ ଦଳ ସଂଘର୍ଷ କରୁଛି । ନଚେତ ଅନ୍ୟ ସ୍ଥାନ ଗୁଡିକରେ ଦଳ ଜିତିବା ଅସମ୍ଭବ ହୋଇ ପଡିଛି । ବିହାରର କୁରହାନୀ, ଛତିଶଗଡର ଭାନୁପ୍ରତାପ ପୁର, ଓଡିଶାର ପଦମପୁର, ରାଜସ୍ଥାନର ସରଦାରସହର, ଉତ୍ତର ପ୍ରଦେଶର ଖାତାଉଲି ଓ ରାମପୁରରେ ଦଳ ହାରିବା ସ୍ଥିତିରେ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବର୍ତ୍ତମାନ ସୁଦ୍ଧାର ଟ୍ରେଣ୍ଟ ଅନୁସାରେ ପଦମପୁରରେ ବିଜେପି ୨୧, ୩୫୧, କୁରହାନୀରେ ୨, ୨୦୪, ଭାନୁପ୍ରତାପ ପୁରରେ ୧୬, ୩୬୭, ସରଦାରସହରରେ ୨୨, ୬୯୯, ଖାତାଉଲିରେ ୯, ୯୨୭ ଓ ରାମପୁରରେ ୬, ୩୭୫ ଭୋଟରେ ବିଜେପି ପଛୁଆ ରହିଛି । ତେବେ କହିବାକୁ ଏହା ବିଜେପି ପାଇଁ ଏକ ବଡ ଖରାପ ଖବର । ଦଳ ୫ ରାଜ୍ୟର ୬ଟି ସ୍ଥାନରେ ଉପ ନିର୍ବାଚନରେ ପରାଜିତ ହୋଇପାରେ ।