ରାଜସ୍ଥାନ ପାଇଁ କଂଗ୍ରେସର ପ୍ରଥମ ଓ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କାହାକୁ ମିଳିଲା କେଉଁ ଆସନରୁ ଟିକେଟ୍

233

କନକ ବ୍ୟୁରୋ : ହାଇଭୋଲଟେଜ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ବିଜେପି ଓ କଂଗ୍ରେସ କାହାକୁ ଟିକେଟ ଦେବ ତାହାକୁ ନେଇ ଆଲୋଚନା ଜୋର ଧରିଥିଲା । ଏସବୁ ଭିତରେ ବିଜେପି ଆଜି ତାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ କଂଗ୍ରେସ ସିଇସି କମିଟିର ନିଷ୍ପତ୍ତି କ୍ରମେ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

କଂଗ୍ରେସ ତରଫରୁ ପ୍ରଥମ ପର୍ଯ୍ୟାୟରେ ୩୩ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହି କ୍ରମରେ ସରଦାରପୁରାରୁ ମୁଖ୍ୟମନ୍ତ୍ରୀ ଆଶୋକ ଗେହହଲଟ ନିର୍ବାଚନ ଲଢିବେ । ଏହାସହ ନାଥୱାଡା ବିଧାନସଭା କ୍ଷେତ୍ରରୁ ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତା ସିପି ଜୋଶୀଙ୍କୁ ଟିକେଟ ମିଳିଛି । ରାଜସ୍ଥାନ କଂଗ୍ରେସ ଅଧ୍ୟକ୍ଷ ଗୋବିନ୍ଦ ସିଂ ଡୋଟାସରା ନିଜ ଆସନ ଲକ୍ଷ୍ମଣଗଡରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ସେହିଭଳି ଯୁବନେତା ସଚ୍ଚିନ ପାଇଲଟଔ ଟେଙ୍କ ଆସନରୁ ନିର୍ବାଚନ ଲଢିବେ ବୋଲି ଘୋଷଣା ହୋଇଛି ।

ସେହିଭଳି ବିଜେପି ମଧ୍ୟ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦ୍ୱିତୀୟ ପର୍ଯ୍ୟାୟରେ ବିଜେପି ୮୩ ଜଣଙ୍କ ନାମ ଘୋଷଣା କରିଛି । ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବିଜେପିର ଅସନ୍ତୁଷ୍ଟ ନେତ୍ରୀ ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରାରାଜେ ସିନ୍ଧିଆଙ୍କୁ ନାମ ସ୍ଥାନ ପାଇଛି । ତାଙ୍କୁ ତାଙ୍କର ଚିରାଚରିତ ଆସନ ଝାଲରାପାଟନରୁ ପ୍ରାର୍ଥୀ କରିଛି ବିଜେପି ।