ଅସନ୍ତୋଷରେ ଅଛନ୍ତି କି ବିଜେଡି ସାଂସଦ ଭର୍ତୃହରି ମହତାବ? ପ୍ରତିଷ୍ଠା ଦିବସରେ ସାମିଲ ନହେବା ପ୍ରସଙ୍ଗରେ କହିଲେ, ସମୟ ଆସିଲେ ୪ଟି ପ୍ରସଙ୍ଗରେ ରଖିବି ଉତ୍ତର

183

କନକ ବ୍ୟୁରୋ: ବିଜେଡି ସାଂସଦ ଭର୍ତୃହରି ମହତାବଙ୍କ ବୟାନକୁ ଦେଇ ବଢିଲା ଚର୍ଚା । ନିକଟରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିଥିଲା । ଏହି ସମୟରେ ଦଳର ଏହି ବରିଷ୍ଠ ନେତା ଅନୁୁପସ୍ଥିତ ଥିଲେ । ତେଣୁ ତାଙ୍କର ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଚାଲୁଥିବାବେଳେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କଟକ ସାଂସଦ । ସେ କହିଛନ୍ତି, ୪ଟି ବିଷୟରେ କହିବାର ଅଛି । ତେବେ ଦେଖାହେଲେ କହିବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି । ବଡ କଥା ହେଉଛି ସେ ୨୦୨୪ରେ ସେ ନିର୍ବାଚନ ଲଢିବେ କି ନାହିଁ ବୋଲି ସାମ୍ବାଦିକ ମାନେ ପ୍ରଶ୍ନ କରିବାରୁ ସେ କହିଛନ୍ତି, ତାହା ବି ଏକ ପ୍ରସଙ୍ଗ । ବିଜେଡିରେ ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି । ଦଳୀୟ କାର୍ଯ୍ୟକ୍ରମରେ ପୂର୍ବଭଳି ତାଙ୍କର ସକ୍ରିୟତା ଦେଖିବାକୁ ମିଳୁନାହିଁ । ତେଣୁ କଟକ ସାଂସଦ କେଉଁ ୪ଟି ପ୍ରସଙ୍ଗରେ କହିବେ ତାକୁ ନେଇ ସସପେନ୍ସ ବଢିଛି ।