ଯୁଦ୍ଧକ୍ଷେତ୍ରରେ ରୁଷ ସୈନିକମାନେ ‘’ମାଉସ୍ ଫିଭର୍’ରେ ଆକ୍ରାନ୍ତ । ଆଖିରୁ ଧାର ଧାର ବୋହୁଛି ରକ୍ତ । କେମିତି ଲଢିବେ ଯୁଦ୍ଧ ?

128

ଯୁଦ୍ଧ ମଧ୍ୟରେ ୟୁକ୍ରେନ ଏକ ବଡ ଦାବି କରିଛି ଏବଂ କହିଛି ଯେ ଏକ ରୋଗ ରୁଷ ସୈନିକମାନଙ୍କୁ ଶେଷ କରିବାରେ ଲାଗିଛି । ରୁଷ ସୈନିକମାନଙ୍କ ମଧ୍ୟରେ ‘ମାଉସ୍ ଫିଭର’ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ।  ଯେଉଁ କାରଣରୁ ସେମାନଙ୍କ ଯୁଦ୍ଧ ଲଢିବା କ୍ଷମତାରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ସେଆମାନେ ଆଗପରି ଆଉ ଯୁଦ୍ଧ କରିପାରୁ ନାହାନ୍ତି । ଏହାସହିତ ଆଉଏକ ଗୁରୁତ୍ବପୁର୍ଣ ଖବର ମଧ୍ୟ ଆସିଛି ଯେ  ୟୁକ୍ରେନ ସୈନ୍ୟମାନେ ଋଷର କନଭେନ ଉପରେ ଆକ୍ରମଣ କରି ରୁଷର ବହୁତ ଗୁଡିଏ ଟ୍ୟାଙ୍କକୁ  ନଷ୍ଟ କରି ଦେଇଛନ୍ତି ।

ଦୁଇ ବର୍ଷ ଧରି ରୁଷ ଏବଂ ୟୁକ୍ରେନ ମଧ୍ୟରେ ରକ୍ତର ଖେଳ ଚାଲିଛି । ଦୁଇ ସେନା ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଅନେକ ଫ୍ରଣ୍ଟ ଦଖଲ ପାଇଁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଆର ୟା ପାର କି ଲଢେଇ ଚାଲିଛି ।  ୟୁକ୍ରେନ ଖେରସନ ପ୍ରାନ୍ତରେ ରୁଷର ସେନା ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛି। ରୁଷର BM-21 ଗ୍ରେଡ୍ ଉପରେ ୟୁକ୍ରେନ ଏକ ଭୟଙ୍କର ଆକ୍ରମଣ କରିଛି । ୟୁକ୍ରେନ ଆକ୍ରମଣରେ ବିଏମ -21 ର ସେଲଗୁଡିକ ମଧ୍ୟ ନଷ୍ଟ ହୋଇଯାଇଛି । ଏହି ସମୟରେ, ୟୁକ୍ରେନ ଏକ ବଡ ଦାବି କରି କହିଛି ଯେ ଏକ ରୋଗ ରୁଷର ସୈନିକମାନଙ୍କୁ ମରଣ ମୁହଁକୁ ଠେଲି ଦେଉଛି । ଏହି ରୋଗ ହେତୁ ସେମାନଙ୍କ ଆଖିରୁ ରକ୍ତସ୍ରାବ, ପ୍ରବଳ ମୁଣ୍ଡବିନ୍ଧା ଏବଂ ବାରମ୍ବାର ବାନ୍ତି ହେଉଛି ।

ୟୁକ୍ରେନର ମେନ୍ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ ରୁଷର ସେନା ୟୁନିଟ୍ ମଧ୍ୟରେ ତଥାକଥିତ ‘ମାଉସ୍ ଫିଭରର’ ସଂକ୍ରମଣ ବିଷୟରେ ସୂଚନା ଦେଇଛି । ଏହି ରୋଗ ହେଉଛି ଏକ ପ୍ରକାର ଷ୍ଟ୍ରେପଟୋକୋକାଲ୍ ସଂକ୍ରମଣ ଏବଂ ମୂଷାମାନଙ୍କ ସହିତ ସିଧାସଳଖ ଯୋଗାଯୋଗ କିମ୍ବା ସେମାନଙ୍କ ମଳ ଦ୍ଵାରା  ମଣିଷକୁ ବ୍ୟାପିଥାଏ । ୟୁକ୍ରେନ କହିଛି ଯେ ଏହି ରୋଗର ଅନେକ ଲକ୍ଷଣ ମଧ୍ୟରେ ମୁଣ୍ଡବ୍ୟଥା, ଶରୀରର ତାପମାତ୍ରା ୪୦ ଡିଗ୍ରୀକୁ ବୃଦ୍ଧି, ଦେହରେ ଫିକା ଫିକା ଏବଂ ଲାଲ ଦାଗ ଦେଖାଯିବା , ନିମ୍ନ ରକ୍ତଚାପ, ଆଖିରୁ ରକ୍ତସ୍ରାବ, ବାରମ୍ବାର ବାନ୍ତି ଆସିବା ଇତ୍ୟାଦି ଲକ୍ଷଣ ଅନ୍ତର୍ଭୁକ୍ତ ।

ଦ୍ରୁତ ଗତିରେ ବ୍ୟାପୁଛି ‘ମାଉସ୍ ଫିଭର’

ଯେଉଁଥିପାଇଁ ରୁଷୀୟ ସୈନିକମାନଙ୍କର ଯୁଦ୍ଧ କ୍ଷମତାରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ଏଥି ସହିତ, କ୍ରେମଲିନ୍ କହିଛି ଯେ ୟୁକ୍ରେନରେ ୨୨ ମାସର ଯୁଦ୍ଧକୁ ସମାପ୍ତ କରିବା ପାଇଁ ରୁଷର କୌଣସି ଆଧାର ନାହିଁ । ଏଜେନ୍ସି ଦାବି କରିଛି ଯେ ଏହି ରୋଗ ମାମଲା ସାମନାକୁ ଆସିବା ପରେ ଏହାକୁ ରୁଷର କମାଣ୍ଡୋମାନେ ଅଣଦେଖା କରିଛନ୍ତି । ୟୁକ୍ରେନ କହିଛି ଯେ ରୁଷ ଏହାକୁ ଯୁଦ୍ଧରୁ ଦୂରେଇ ରଖିବା ପାଇଁ ବାହାନା ଭାବରେ ବିଚାର କରୁଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମାଉସ୍ ଫିଭର ବହୁ ପରିମାଣରେ ବ୍ୟାପିଛି ।

ଯୁଦ୍ଧରେ ୪ ଲକ୍ଷ ୟୁକ୍ରେନ ସୈନିକଙ୍କର ମୃତ୍ଯୁ : ରୁଷର ଦାବି

ଏଠି ସହିତ ୟୁକ୍ରେନ ସୈନ୍ୟମାନେ ରୁଷର କନଭେନ ଉପରେ ଆକ୍ରମଣ କରି ବହୁତ ଗୁଡିଏ ଟ୍ୟାଙ୍କଗୁଡ଼ିକୁ ନଷ୍ଟ କରିଦେଇଥିଲେ । ୟୁକ୍ରେନର ମାଉଣ୍ଟେନ୍ ବ୍ରିଗେଡ୍ ଏକ ବଡ଼ ଧରଣର ଆକ୍ରମଣ କରି ରୁଷର ଦୁଇଟି ସଶସ୍ତ୍ର ଯାନକୁ ନଷ୍ଟ କରିଦେଇଛି । ୟୁକ୍ରେନ ସୈନିକମାନେ ସାଟୋଭ ନିକଟରେ ରୁଷର ସୈନ୍ୟ କ୍ୟାମ୍ପ ଉପରେ ପ୍ରବଳ ଗୁଳି ଚଳାଇଛନ୍ତି । ଏହି ଆକ୍ରମଣ ବ୍ରାଡଲେ IFV ରୁ କରାଯାଇଥିଲା । ଯୁଦ୍ଧକ୍ଷେତ୍ରରେ ବ୍ରାଡଲେ ଆଇଏଫଭି ବହୁତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ ।  ଏହା ଏକ ସାମରିକ ଆର୍ଟିଲିରି ଯାନ, ଯାହା ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ସହିତ ସଜ୍ଜିତ । ଆମେରିକା ଏହି ଯାନଗୁଡ଼ିକୁ ୟୁକ୍ରେନକୁ ଦେଇଛି । ରୁଷ ୟୁକ୍ରେନ ବିଷୟରେ ଏକ ବଡ ଦାବି କରିଛି । ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଯୁଦ୍ଧରେ ୪ ଲକ୍ଷ ୟୁକ୍ରେନ ସୈନିକ  ପ୍ରାଣ ହରାଇଛନ୍ତି । ୧୪୦ ରୁ ଅଧିକ ବିମାନ ନଷ୍ଟ ହୋଇଯାଇଛି । ଏହା ବ୍ୟତୀତ ୭୬୬ ଟ୍ୟାଙ୍କ ଏବଂ ୨ ହଜାରରୁ ଅଧିକ ସାମରିକ ଯାନ ନଷ୍ଟ କରିଥିବାର ମଧ୍ୟ ରୁଷ ଦାବି କରିଛି ।