ବିଜେପୁର ନିଷ୍ପତ୍ତି : ତୃତୀୟ ରାଉଣ୍ଡରେ ମଧ୍ୟ ବିଜେଡ଼ି ଆଗୁଆ, ବହୁ ପଛରେ ପଡ଼ିଲା କଂଗ୍ରେସ

482

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି । ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗୁଆ ରହିଛି । ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୨୨, ୪୭୩ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ସନତ୍ ଗଡ଼ତିଆଙ୍କୁ ମିଳିଛି ୬୦୦୦ ଖଣ୍ଡ ଭୋଟ । ଅନ୍ୟପଟେ ଚଳିତ ଉପନିର୍ବାଚନରେ କଂଗ୍ରେସ ପ୍ରଦର୍ଶନ ନିରାଶାଜନକ ରହିଛି । କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କୁ ମିଳିଛି ମାତ୍ର ୮୧୫ ଖଣ୍ଡ ଭୋଟ୍ ।

ବିଜେପୁରରେ କିଏ ହେବ ବିଧାୟକ ? । ୧୪ଟି କାଉଁଟିଙ୍ଗ୍ ଟେବୁଲରେ ଭୋଟ୍ ଗଣତ ହେଉଛିି । ୧୦୩ ଜଣ ଅଧିକାରୀ ଗଣତି କରୁଛନ୍ତି । ପ୍ରତ୍ୟକ ଟେବୁଲ ପାଇଁ ଜଣେ ଲେଖାଏ ମାଇକ୍ରୋ ଅବଜର୍ଭର ରହି ତଦାରଖ କରୁଛନ୍ତି । ଗଣତି କେନ୍ଦ୍ର ଓ ଏହାର ଆଖପାଖ ଅଂଚଳକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଚଳିତ ଥର ଉପନିର୍ବାଚନରେ ୭୯ ଦଶମିକ ୧୭ ପ୍ରତିଶତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ଏହି ଫଳାଫଳ ଉପରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ବିରୋଧୀଙ୍କ ପାଇଁ ଏକ ବଡ ପରୀକ୍ଷା ବୋଲି କୁହାଯାଉଛି । ତେବେ ଅପରାହ୍ଣ ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବାର ସମ୍ଭାବନା ରହିଛି ।