ନବୀନ ବାବୁ ସାଧାରଣ ରାଜନେତା ସ୍ୱାଭାବିକ ପ୍ରବୃତି

17

ନବୀନ ବାବୁ ସାଧାରଣ ରାଜନେତା ସ୍ୱାଭାବିକ ପ୍ରବୃତି କିଛି ଏଭଳି ଏକ ଶୀର୍ଷକରେ ବରିଷ୍ଠ କଂଗ୍ରେସ ନେତା ତଥା ପିସିସିର ପୂର୍ବତନ ସଭାପତି ନିରଂଜନ ପଟ୍ଟନାୟକ ଏକ ଲେଖା ପ୍ରକାଶ କରିଛନ୍ତି । ଏହି ଲେଖାର ଗୋଟିଏ ମୂଳମନ୍ତ୍ର ହେଲା ସରକାର ଯେତେବେଳେ ଦୀର୍ଘ ବର୍ଷ ଶାସନ କ୍ଷମତାରେ ରହିଆସୁଛନ୍ତି ସେତେବେଳେ ସେଇଠି ସମସ୍ୟା ସୃଷ୍ଟି ହେଉଛି । ସେଠି ସରକାର ସ୍ଥାଣୁ ହୋଇଯାଉଛନ୍ତି । ଏବଂ ସରକାର କିଛି ଅନୁଗତ ଓ ଖାସ୍ ଅନୁଗତଙ୍କ ମଧ୍ୟରେ କିଭଳି ଭାବରେ ସମର୍ଥନ ହାସଲ କରିପାରିବେ ସେ ବିଷୟରେ ଫୋକସ୍ କରୁଛନ୍ତି । ଶାସନ ଉପରମୁହାଁ ଏବଂ ଉଦ୍ଧତ ହୋଇଯିବାର ଶବ୍ଦ ମଧ୍ୟ ବ୍ୟବହାର କରାଯାଉଛି । ରାଜନେତା କ୍ଷମତାକୁ ଜାବୁଡି ଧରୁଛନ୍ତି ଗାଦି ଛାଡୁ ନାହାଁନ୍ତି । କିଛି ଏଭଳି ପ୍ରସଙ୍ଗକୁ ନେଇ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ । ଏ ତମାମ ପ୍ରସଙ୍ଗ ଉପରେ ଆଜିର ବିଗ୍ ଡିବେଟ୍