ସେକ୍ସ ଭିଡିଓରେ କିଏ ! ଭୁବନେଶ୍ୱର ମେୟରଙ୍କ ବିରୋଧରେ ଯୌନ କେଳେଙ୍କାରୀ ଅଭିଯୋଗ ଆଣିଲା ଛାତ୍ର କଂଗ୍ରେସ୍

246

vlcsnap-2016-12-15-19h14m24s044ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ଯୌନ କେଳେଙ୍କାରୀ ଅଭିଯୋଗ ହୋଇଛି । ନିଆଁଖୁଂଟା ଡଟ୍ କମ୍ ନାମକ ଏକ ସଂସ୍ଥା ଏକ ଅଶ୍ଳୀଳ ଭିଡିଓକୁ ୟୁଟ୍ୟୁବରେ ଅପଲୋଡ୍ କରିଛି । ଯେଉଁଥିରେ ଏକ ବ୍ୟକ୍ତି ଜଣେ ମହିଳାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତରେ ଅଛନ୍ତି ।

ତେବେ ସେହି ବ୍ୟକ୍ତି ଜଣକ ମେୟର ଅନନ୍ତ ନାରାୟଣ ଜେନା ବୋଲି ଭିଡିଓ ଅପଲୋଡ୍ କରିଥିବା ସଂସ୍ଥା ଦାବି କରିଛି । ଯାହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଏହି ଭାଇରାଲ୍ ଭିଡିଓକୁ ନେଇ ଛାତ୍ର କଂଗ୍ରେସ୍ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମେୟରଙ୍କ ଇସ୍ତଫା ଦାବି କରିଛି । ଏପରିକି କିଛିଦିନ ତଳେ ଛାତ୍ର କଂଗ୍ରେସର ଜଣେ ସଦସ୍ୟଙ୍କ ସନ୍ଦେହ ଜନକ ମୃତ୍ୟୁକୁ ଏହି ଭିଡିଓ ସହ ସଂପର୍କ ଥିବା ନେଇ ଛାତ୍ର କଂଗ୍ରେସ୍ ଅଭିଯୋଗ ଆଣିଛି ।

ସେହି ଛାତ୍ରଙ୍କ ନାଁ ଋଷି । ସେ ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢୁଥିଲେ । ତେବେ ତାଙ୍କ ମୃତ୍ୟୁ ପରେ କ୍ୟାପିଟାଲ୍ ହସପିଟାଲରେ ଶବ ବ୍ୟବଚ୍ଛେଦ ଚାଲିଥିବା ବେଳେ ମେୟର ଉପସ୍ଥିତ ଥିଲେ । ତେଣୁ ଏହି ଛାତ୍ରଙ୍କ ସହ ମେୟରଙ୍କ ସଂପର୍କ କଣ  ଓ ଏ ଭିଡିଓ ସହ ସେହି ମୃତ୍ୟର ସଂପର୍କ କଣ, ସେସବୁ ନେଇ ସନ୍ଦେହ ଘନୀଭୂତ ହୋଇଛି ।