ରାଜଧାନୀର ସେକ୍ସ ଚେନ୍ ମାର୍କେଟ

447

କିଛି ଦିନ ତଳେ ସାମ୍ନାକୁ ଆସିଥିଲା ରାଜଧାନୀର ନୂଆ ଟ୍ରେଣ୍ଡ ପେଡ୍ ଗର୍ଲଫ୍ରେଣ୍ଡ । ୭ ଦିନିଆ କିମ୍ବା ୧୫ ଦିନିଆ ସଟ୍ ଟର୍ମ ସେକ୍ସ ସ୍କିମ୍ । ନିର୍ଦ୍ଧାରିତ ଅବଧି ମଧ୍ୟରେ ଯୁବତୀ ରହିବ ଗର୍ଲଫ୍ରେଣ୍ଡ ପରି । ଦେବ ଶାରୀରିକ ସୁଖ । ଏପରିକି ସହର ବାହାରକୁ ଯାଇପାରିବ ଗରାଖଙ୍କ ସହ । ଏଥିପାଇଁ ସୁନୀଲ୍ ମେହେରର ଦଲାଲ୍ ହ୍ୱାଟ୍ସ ଆପ୍ ଜରିଆରେ ପଠାଇବ କିଛି ଯୁବତୀଙ୍କ ଫଟୋ । ତାଲିକା ଓ ଫଟୋ ପାଇବାପରେ ଚୟନ କରିବାକୁ ପଡ଼ିବ ଯୁବତୀଙ୍କୁ । ଦଲାଲକୁ ଦିଆଯିବ ଆଡଭାନ୍ସ । ପ୍ରଥମ ୭ ଦିନ ପାଇଁ ଆଡଭାନ୍ସ ଦେବାକୁ ପଡିବ ୩୦ ହଜାର ଟଙ୍କା । ଏହି ସେକ୍ସ ସ୍କିମ୍ ଶେଷ ହେବାଯାଏଁ ଯୁବତୀଜଣକ ରହିବେ ଗରାଖଙ୍କ ସହ ଓ ତାଙ୍କ ଇଚ୍ଛାନୁଯାୟୀ ତାଙ୍କୁ ଶାରୀରିକ ସୁଖ ପ୍ରଦାନ କରିବେ ଅର୍ଥ ବିନିମୟରେ । ଏବେ ଆଉ ଏକ ଖବର ଆସିଛି ସାମ୍ନାକୁ । ରାଜଧାନୀରେ ଚାଲିଛି ସେକ୍ସ ଚେନ୍ ମାର୍କେଟିଂ । ଦେହ ବ୍ୟବସାୟ କରିବା ସହ ଏହାକୁ ସଂପ୍ରସାରଣ କରି ଲାଭବାନ ହେବାର ଲୋଭରେ ଅନେକ ଯୁବତୀ । ଏହାକୁ ନେଇ ଦେଖିବା ସ୍ପେଶାଲ ରିପୋର୍ଟ ରାଜଧାନୀର ସେକ୍ସ ଚେନ୍ ମାର୍କେଟ୍ ।

sunil meherରାଜଧାନୀରେ ସେକ୍ସର ନେଟୱର୍କ ମାର୍କେଟିଂ । ଚେନ୍ ମାର୍କେଟିଂ ପରି ହୁଏ ଦେହ ବ୍ୟବସାୟ । କିଙ୍ଗପିନ୍ ସୁନୀଲ୍ ମେହେର ନିକଟରୁ କମିଶନରେଟ୍ ପୁଲିସ୍ ଜାଣିବାକୁ ପାଇଛି ଏହି ନୂଆ ଟ୍ରେଣ୍ଡ ବିଷୟରେ । ଦେହ ବ୍ୟବସାୟ ଚାଲେ ଅବିକଳ ନେଟୱର୍କ ମାର୍କେଟିଂ ପରି । ନେଟ୍ୱର୍କରେ ନୂଆ ସଦସ୍ୟ ସାମିଲ୍ କରାଇଲେ ମିଳେ ଏହାର ଆର୍ଥିକ ଲାଭ । ମିଳିଥିବା ସୂଚନା ଅନୁଯାୟୀ ନିଜ ନେଟୱର୍କରେ ଥିବା ଯୁବତୀଙ୍କୁ ସୁନୀଲ୍ ଦେହ ବ୍ୟବସାୟ କରିବା ସହ ନୂଆ ସଦସ୍ୟ ଯୋଗାଡ଼ କରିବାକୁ କୁହେ । ସଦସ୍ୟ ଯୋଗ ଦେଲେ ନୂଆ ସଦସ୍ୟ କରିଥିବା ବ୍ୟବସାୟର ଅର୍ଥର କିଛି ଅଂଶ ମିଳେ ସଦସ୍ୟ ଯୋଗାଡ଼ କରିଥିବା ଯୁବତୀ ଓ ସୁନୀଲ୍ ନିକଟକୁ । ବଢ଼େ ସଦସ୍ୟଙ୍କ ସଂଖ୍ୟା, ନେଟୱର୍କ ଓ ବଢ଼ିଚାଲେ ବ୍ୟବସାୟ । ଡବଲ୍ ମୁନାଫା ଲୋଭରେ ପୁରୁଣା ସଦସ୍ୟ ନୂଆ ସଦସ୍ୟଙ୍କୁ ସାମିଲ୍ କରନ୍ତି ଏହି ନେଟୱର୍କରେ । ସୁନୀଲ୍ ମେହେରର ସେକ୍ସ ନେଟୱର୍କ କନସେପ୍ଟକୁ ନିକଟରେ ପର୍ଦ୍ଦାଫାଶ୍ କରିଛି କମିଶନରେଟ୍ ପୁଲିସ୍ । ଭୁବନେଶ୍ୱରରେ ଦେହ ବ୍ୟବସାୟ ନିଜର କାୟା ବିସ୍ତାର କରିବାରେ ଲାଗିଛି । ହାଇଟେକ୍ ଉପାୟରେ ଚାଲୁଛି ଦେହ ବେପାର । ଏହା ଜଣାପଡ଼ିଛି ଦେହ ଦଲାଲ ସୁନୀଲ ଧରାପଡ଼ିବା ପରେ । ଜଣାପଡ଼ିଛି କେମିତି ଚାଲିଥିଲା ସେକ୍ସ ଚେନ୍ ମାର୍କେଟ୍ ।

ସମୟ ବଦଳିବା ସହ ବଦଳୁଛି କ୍ୟାପିଟାଲ୍ କଲଚର୍ । ସ୍ମାର୍ଟ ହେଉଛି ରାଜଧାନୀ । ବଢ଼ୁଛି ଭୁବନେଶ୍ୱରର କଳେବର । ଏହା ସହ ତାଳ ଦେଇ ବଦଳୁଛି ଟେମ୍ପଲ୍ ସିଟିର ଟ୍ରେଣ୍ଡ । ଆକାଶ ଛୁଉଁଥିବା କୋଠାବାଡ଼ି, ଚିକମିକ୍ ରାସ୍ତାଘାଟ ସମୟ ସହ ସବୁକିଛି ବଢ଼ିଚାଲିଛି । ରାତି ହେଲେ ବଢୁଛି ରାଜଧାନୀ ରାତିର ତାତି । ଆଲୁଅର ରାଜଧାନୀରେ ବସୁଛି ଅନ୍ଧାରୀ ଆସର । ରୀତିମତ୍ ଚାଲୁଛି ଲଭ୍, ସେକ୍ସ ଆଉ କ୍ରାଇମ୍ ଗେମ୍ । ଅର୍ଥ ବିନିମୟରେ ଦେହ ବ୍ୟବସାୟର ଜଘନ୍ୟ ଖେଳ । ରାଜଧାନୀର ସେକ୍ସ ଚେନ୍ ମାର୍କେଟିଂ ଚାଲିଥିବା ଚକିତ କରିଛି ସମସ୍ତଙ୍କୁ । ଟେଲିଭିଜନ୍ ଚ୍ୟାନେଲ ଗୁଡ଼ିକରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି ଏଭଳି ଘଟଣା ସହ ସଂପୃକ୍ତ ନ ହେବାକୁ । ହେଲେ ଏହା ସେତେ ପ୍ରଭାବଶାଳୀ ହୋଇ ପାରୁନାହିଁ । ଏହାର ଗୋଟିଏ କାରଣ ସମସ୍ତଙ୍କୁ ଦରକାର ସଟ୍ କଟ୍ ରାସ୍ତାରେ ଅଧିକ ପରିମାଣର ଟଙ୍କା ପଇସା ।

massage centreଦେହର ସଉକ୍ ମେଂଟାଇବାର ପୁରୁଣା ଠିକଣା ମସାଜ୍ ପାର୍ଲର । ପ୍ରହସନ ଓ ପ୍ରଚାର ଗୋଟିଏ ବାଟରେ । ପାର୍ଲର ପଛର ସତ ଆଉ ଗୋଟିଏ ବାଟରେ । ଟଙ୍କା ଦେଲେ ମିଳିଯାଏ ଶାରୀରିକ ସନ୍ତୁଷ୍ଟି ଓ ସୁନ୍ଦରୀ ଯୁବତୀଙ୍କ ସହ ସଙ୍ଗସୁଖ । ସମୟ ବଦଳିବା ସହ କ୍ୟାପିଟାଲ୍ କଲଚର୍ ପ୍ରଶ୍ରୟ ଦିଏ ରେସିଡେନ୍ସିଆଲ୍ ଏରିଆରେ ଦେହ ବେପାରକୁ ଯେଉଁଠାରେ ଭଦ୍ରଲୋକଙ୍କ ରହଣିସ୍ଥଳରେ ଚାଲେ ଖୁଲମ୍ଖୁଲ୍ଲା ସେକ୍ସ କାରବାର । ଦଲାଲ୍ ବିଛାଏ ଜାଲ । ଧରାଦିଏ ଗରାଖ । ପସନ୍ଦ ଅନୁଯାୟୀ ଯୁବତୀ ସହ ଅବାଧରେ ମିଳା ମିଶା କରିବାର ମିଳିଯାଏ ସୁଯୋଗ । ଖେଳ ଚାଲେ ଟଙ୍କା ଆଉ ସେକ୍ସର । ପାର୍କରେ ହୁଏ ରୋମାନ୍ସ । ହୋଟେଲରେ ହନିମୁନ୍ ବିବାହ ପୂର୍ବରୁ । କେବେ ଲଭ୍ ସେକ୍ସ ଆଉ ଧୋକା ତ କେବେ ପୁଣି ଲିଭ୍ ଇନ୍ର ଆଟ୍ରାକ୍ସନ୍ । ନା ଝିଅକୁ ପଡ଼େ ଫରକ୍ ନା ପୁଅର ହୁଏ ମୁଣ୍ଡବିନ୍ଧା । ସମୟ ବଦଳିବା ସହ ବଦଳୁଛି କ୍ୟାପିଟାଲ୍ କଲଚର୍ । ସବୁ କିଛି ଦରକାର ଫଟାଫଟ୍ । ସମ୍ପର୍କରେ ଦୀର୍ଘତା ଏଠି ଅଦରକାରୀ ଅଲୋଡ଼ା । ଟଙ୍କା ଅଛି ତ ହୋଟେଲ୍ରେ ମିଳିଯିବ ସବୁକିଛି । ରାତି ରଙ୍ଗିନ କରିବାକୁ ହୋଟେଲ ଦଲାଲ୍ ଯୋଗାଇଦେବେ ସବୁ ସାଧନ । କମିଶନରେଟ୍ ପୁଲିସର ଚଢ଼ାଉ ହୁଏ ଏଠି, ଗରାଖ ବି ହୁଅନ୍ତି ଗିରଫ । କିଛି ଦିନ ପରେ ରାଣୀ ମହୁମାଛି ପୁଣି ଥରେ ଖୋଲେ ଦେହ ବେପାରର ପସରା । ପୁଣି ଆରମ୍ଭ ହୋଇଯାଏ ଅଂଧାର ଆଲୁଅର ଖେଳ ।

ଦେହ ବେପାରରେ ଦେଖିବାକୁ ମିଳୁଛି ହାଇଟେକ୍ ଜ୍ଞାନକୌଶଳର ବ୍ୟବହାର । ସ୍ମାର୍ଟଫୋନ୍ ଯୁଗରେ ସ୍ମାର୍ଟ ଉପାୟରେ ଚାଲୁଛି ସେକ୍ସ କାରବାର । ରାଜ୍ୟ ବାହାରୁ ଝିଅଙ୍କୁ ଆଣି ଦେହ ବେପାର ସହ ନୂଆ ସଦସ୍ୟ ଯୋଗାଡ଼ କରିବା କାମରେ ଲଗା ଯାଉଛି । ନେଟୱର୍କ ବ୍ୟବସାୟ ପରି ରାଜଧାନୀରେ ଚାଲିଛି ସେକ୍ସ ଚେନ୍ ମାର୍କେଟିଂ ।