କମାଲ କଲେ କଲେଜ ଡ୍ରପଆଉଟ୍ । କ୍ରିପ୍ଟୋକରେନ୍ସିରୁ ବନିଗଲେ କୋଟିପତି ।

201

କନକ ବ୍ୟୁରୋ: କ୍ରିପ୍ଟୋକରେନ୍ସି ବା ବିଟକଏନକୁ ନେଇ ଅନେକ ଲୋକଙ୍କ ଭିନ୍ନ ଭିନ୍ନ ମତ ଥାଇପାରେ ।  କେହି ଏହାକୁ ଏକ ଭଲ ନିବେଶ ବିକଳ୍ପ ଭାବରେ ବିବେଚନା କରନ୍ତି ତ ଅନ୍ୟପକ୍ଷରେ ଅଧିକାଂଶ ଲୋକ ଏହାକୁ ବିପଦପୂର୍ଣ୍ଣ ନିବେଶ ଭାବେ ଦେଖନ୍ତି । କିନ୍ତୁ ଏହାଋ ଭିତରେ ଆମେ ଆପଣଙ୍କୁ ଜଣେ ବ୍ୟକ୍ତିଙ୍କ କାହାଣୀ କହିବାକୁ ଯାଉଛୁ ଯିଏ ବିଟକଏନ୍ ଦ୍ୱାରା ବନିଯାଇଛନ୍ତି କୋଟିପତି।

ଜଣେ କଲେଜ ଡ୍ରପ ଆଉଟ୍ ବଯୁବକ ମାତ୍ର ଗୋଟିଏ ମାସରେ ବିଟକଏନ୍ ଜରିଆରେ ୧.୩ ମିଲିୟନ୍ ଡଲାର୍ ବା ଭାରତୀୟ ମୁଦ୍ରାରେ (୯,୬୭,୭୩,୩୦୦ କୋଟି ଟଙ୍କା) ସେ ରୋଜଗାର କରିଛନ୍ତି।  ଜାତୀୟ ଖବର ଅନୁସାରେ, ଏହି ଯୁବକ ଜଣକ ଜନ୍ ପଲ୍ ‘ଜେପି’ ବୋରିକ୍ ଭାବେ ପରିଚିତ। ସେ ଆମେରିକାର ଟେକ୍ସାସର ଅଷ୍ଟିନର ବାସିନ୍ଦା। ଜନ୍ ପ୍ରଥମେ ୨୦୧୨ ରେ କ୍ରିପ୍ଟୋକରେନ୍ସିରେ ନିବେଶ ଆରମ୍ଭ କରିଥିଲେ । ତା’ପରେ ସେ ପ୍ରାୟ ୧ ଲକ୍ଷ ଟଙ୍କା ମୂଲ୍ୟର ବିଟକଏନ୍ କିଣିଥିଲେ ।  ଜନ୍ ସେହି ସମୟରେ ବିଦ୍ୟାଳୟରେ ପଢୁଥିଲେ, ସେ ତାଙ୍କ ପରିବାର ସଦସ୍ୟଙ୍କୁ ପାଠ ପଢ଼ୁଥିବା ମିଛ କହି ଥିଲେ ପ୍ରକୃତରେ ଅନଲାଇନ୍ ଗେମ ଖେଳୁଥିଲେ । ଆଉ ଅନଲାଇନ୍ ଗେମ୍ ଖେଳି ଟଙ୍କା ରୋଜଗାର କରିବାକୁ ଜେପି ଭଲ ପାଉଥିଲେ ।

ତେବେ ୨୦୧୭ ମସିହାରେ, ସେ କମ୍ପ୍ୟୁଟର ସାହାଯ୍ୟରେ ଏକ ‘ବିଟକଏନ୍ ଖଣି ସୁବିଧା ସେଟ୍ ଅପ୍’ ନିର୍ମାଣ କରିଥିଲେ ଯେଉଁଠାରେ ପଜଲ୍ ସମାଧାନ କରିବା ପରେ ସେ ନୂତନ ବିଟକଏନ୍ ସୃଷ୍ଟି କରିପାରୁଥିଲେ।  ଏହି ସମୟ ମଧ୍ୟରେ ସେ ଉତ୍ତର କାରୋଲିନା ବିଶ୍ୱବିଦ୍ୟାଳୟ ଛାଡି କ୍ରିପ୍ଟୋ ମୁଦ୍ରା ବୁଝିବାରେ ନିଜର ସମସ୍ତ ସମୟ ବିତାଉଥିଲେ।  ଜନ୍ ପାଲ୍ କହିଛନ୍ତି ଯେ ତାଙ୍କ ପରିବାର ତାଙ୍କୁ ଏହି କାର୍ୟ୍ୟରେ ସାହାଯ୍ୟ କରିବା ସହ ଉତ୍ସାହିତ ମଧ୍ୟ କରିଥିଲେ ।

ବିଟ କଏନ ନିବେଶ କେମିତି ଚିନ୍ତା କଲେ? 

୨୦୧୩ ରେ ଯେତେବେଳେ ଜେପିଙ୍କ ଇଂରାଜୀ ଶିକ୍ଷକ ତାଙ୍କୁ ଏକ ବ୍ୟବସାୟ କରିବାକୁ କହିଥିଲେ ସେତେବେଳେ ବିଟକଏନ୍ ଖଣି ସୁବିଧା ସ୍ଥାପନ କରିବାର ଧାରଣା ଆସିଥିଲା । ଏହି ବ୍ୟବସାୟ ପାଇଁ ସେ ଗ୍ରାଫିକ୍ କାର୍ଡ କିଣିବା ଆରମ୍ଭ କଲେ ।  ଯାହାପରେ ସେ ନିଜ ଘରେ ଏହି ସେଟଅପ୍ ଚାଲୁ କରିବାର ସରଳ ଉପାୟ ପାଇଲେ। ଯେତେବେଳେ ତାଙ୍କର ବ୍ୟବସାୟ ଆରମ୍ଭ ହେଲା, ସେ ଅନଇନରେ ବିଟ କଏନ ବିକ୍ରୟ ଆରମ୍ଭ କଲେ ।  ତାଙ୍କ ସାଙ୍ଗମାନେ ମଧ୍ୟ ତାଙ୍କ ସହ ଯୋଗ ଦେଇଥିଲେ।  ଜେପି ବର୍ତ୍ତମାନ ଆମେରିକାରେ ଲୋଭା ନାମକ ଏକ ସ୍ଥାନରେ ତାଙ୍କର ‘କ୍ରିପ୍ଟୋ ଅପରେସନ୍’ ଚଳାଉଛନ୍ତି ।  ଏହି ସ୍ଥାନରୁ ସେ ପ୍ରତିଦିନ ୧୩୦୦ କମ୍ପ୍ୟୁଟର ମାଧ୍ୟମରେ ୪୦,୦୦୦ ଡଲାର (ପ୍ରାୟ ୨୯ ଲକ୍ଷ) ରୋଜଗାର କରନ୍ତି । ତେଣୁ କଲେଜ ଡ୍ରପଆଉଟ ଜେପିଙ୍କ ପାଖରେ ଏବେ ଅନେକ ଦାମୀ କାର ମଧ୍ୟ ଅଛି ।