ଓଡିଶାର ସ୍ୱାର୍ଥ ସହ କୌଣସି ପ୍ରକାର ସାଲିସ ହେବ ନାହିଁ : ବସନ୍ତ ପଣ୍ଡା

25

କନକ ବ୍ୟୁରୋ : ମହାନଦୀରେ ବ୍ୟାରେଜ ନିର୍ମାଣ ପ୍ରସଙ୍ଗରେ ପ୍ରେସମିଟ୍ କରିଛି ବିଜେପି । ଏଥିରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଜେପି ସଭାପତି ବସନ୍ତ ପଣ୍ଡା । ବିନା ଅନୁମତିରେ ଛତିଶଗଡ ଅରପା ପ୍ରକଳ୍ପ କାମ ଆରମ୍ଭ କରିଛି । ତେଣୁ ଓଡିଶାର ସ୍ୱାର୍ଥ ସହ କୌଣସି ପ୍ରକାର ସାଲିସ କରିହେବ ନାହିଁ ବୋଲି କହିଛନ୍ତି ବସନ୍ତ ପଣ୍ଡା । ତେବେ ଏହା ସହ କହିଛନ୍ତି ମାତ୍ର ଦେଢ ମାସ ପୂର୍ବରୁ ରାଜ୍ୟ ସରକାର ଏନେଇ କାହିଁକି ଅପତି ଉଠାଇଲେ । ଯାହା ରାଜ୍ୟ ସରକାରଙ୍କ ଦାୟିତ୍ୱ ହୀନତାକୁ ସ୍ପଷ୍ଟ କରିଛି । ତେବେ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ପକ୍ଷ ରଖିବାକୁ କହିଛନ୍ତି ବସନ୍ତ ପଣ୍ଡା ।