ଦେଶରେ ୮୦ରୁ ୮୨ ପ୍ରତିଶତ ହିନ୍ଦୁ । ବିଜେପକୁ ମିଳୁଛି ୪୦ ପ୍ରତିଶତ ଭୋଟ । କଣ କହିଲେ ପ୍ରଶାନ୍ତ କିଶୋର ପଢନ୍ତୁ …

633

କନକ ବ୍ୟୁରୋ: ଦେଶର ୮୦ରୁ ୮୨ ପ୍ରତିଶତ ହିନ୍ଦୁ କିନ୍ତୁ, ବିଜେପିକୁ ମିଳୁଛି କେବଳ ୪୦ ପ୍ରତିଶତ ଭୋଟ । ଦେଶର ସବୁଠାରୁ ବଡ ପଲିଟିକାଲ ଷ୍ଟ୍ରାଟେଜିଷ୍ଟ ବି ମାତ୍ର ୪୦ ପ୍ରତିଶତ ଭୋଟ ମିଳିବା ଦଳ ପାଇଁ ଚିନ୍ତାର କଥା । ଇଂରାଜୀ ଖବର କାଗଜ ଇଣ୍ଡିଆନ ଏକ୍ସପ୍ରେସର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହି ପ୍ରତିକ୍ରିୟା ରଖିଛନ୍ତି ପ୍ରଶାନ୍ତ କିଶୋର । ରାଜନୀତିରେ ବଢୁଥିବା ଦ୍ରୁତ ବିଭାଗୀକରଣକୁ ନେଇ ପ୍ରଶ୍ନର ଜବାବରେ ସେ ଏହି ଉତ୍ତର ରଖିଛନ୍ତି । ସେ କହିଛନ୍ତି, ପ୍ରତ୍ୟେକ କଥାକୁ ଅଧିକ ବଢାଇ ଚଢାଇ କୁହାଯାଉଛି । ଏହା ଭିତରେ ଦେଶରେ ଦୁଇଟି ଗୋଷ୍ଠୀ ମଧ୍ୟରେ ବିଭାଗୀକରଣର ପଦ୍ଧତି ପୂରା ବଦଳି ଯାଇଛି । ୧୫ ବର୍ଷ ପୂର୍ବେ ବିଭାଗୀକରଣର ଅର୍ଥ କିଛି ଅଲଗା ଥିଲା । ଆଜି ଏହାର ଅର୍ଥ ପୂରା ବଦଳିଯାଇଛି । ତେବେ ତାର ପ୍ରଭାବ ବର୍ତ୍ତମାନ ବି ସେହିଭଳି ସମାନ ରହିଛି । ଯେଉଁ ନିର୍ବାଚନରେ ଆମେ ସବୁଠାରୁ ଅଧିକ ବିଭାଗୀକରଣ ହେବାର କଥା କହୁଛୁ ସେଠି ମଧ୍ୟ ଦେଖିବାକୁ ମିଳୁଛି ଯେ କୌଣସି ଗୋଟିଏ ଦଳ ଗୋଟିଏ ସମୁଦାର ୫୦ରୁ ୫୫ ପ୍ରତିଶତ ଭୋଟରଙ୍କୁ ଆକୃଷ୍ଟ କରିପାରିନଥାଏ ।

ସେ କହିଛନ୍ତି ଯେ, ବିଭାଗୀକରଣକୁ ଯେଉଁ ମାନେ ନିର୍ବାଚନ ହାରିବାର କାରଣ କୁହନ୍ତି ତା ପୂରା ଭୁଲ । ଏ ଯେମିତି ଧରି ନିଅନ୍ତୁ ଆପଣ ହିନ୍ଦୁ ସମୁଦାୟରେ ବିଭକ୍ତିକରଣ କରିବାକୁ ଚାହୁଁଛନ୍ତି । ଏହି ସମୁଦାୟ ଦେଶର ସବୁଠାରୁ ବଡ ଗୋଷ୍ଠୀ ଯଦି ହିନ୍ଦୁ ସମୁଦାୟରେ ବିଭକ୍ତିକରଣ ସ୍ତର ୫୦ ପ୍ରତିଶତ ପର୍ଯ୍ୟନ୍ତ କରାଯିବ ତେବେ ସେହି ୫୦ ପ୍ରତିଶତ ସେହି ଦଳକୁ ଭୋଟ ଦିଅନ୍ତି କାରଣ ତାଙ୍କ ଆଦର୍ଶରେ ସେ ପ୍ରଭାବିତ ହୋଇଥାନ୍ତି ।

ପ୍ରଶାନ୍ତ କିଶୋର ଏହା ମଧ୍ୟ କହିଛନ୍ତି ଯେ, ଆପଣ ମାନିନିଅନ୍ତୁ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ବିଭକ୍ତିକରଣ ନିର୍ଣ୍ଣାୟକ ହୋଇଥାଏ । ଏହି କାରଣରୁ କେହି ନିର୍ବାଚନରେ ଜିତି ଥାଏ କିମ୍ବା ହାରିଥାଏ ଏହା ଭାବିବା ଭୁଲ । ବିହାର ରାଜନୀତିରେ ଓହ୍ଲାଇବା ଘୋଷଣା କରିସାରିଥିବା ପ୍ରଶାନ୍ତ କିଶୋର କହିଛନ୍ତି ସେ ଯେତେବେଳେ ବାହାରକୁ ବାହାରୁଛନ୍ତି ତେବେ ଅନେକ ତାଙ୍କୁ କହିଥାନ୍ତି ସମସ୍ତ ହିନ୍ଦୁଙ୍କର ବିଭକ୍ତିକରଣ ହୋଇଯାଇଛି । ତେବେ ତଥ୍ୟ କିନ୍ତୁ କିଛି ଅଲଗା କଥା କହିଥାଏ । ଭାରତରେ ଭାଜପାକୁ ହିନ୍ଦୁଙ୍କର ୩୮ ପ୍ରତିଶତ ଭୋଟ ମିଳିଥାଏ । ଗୋଟିଏ ମିନିଟ ପାଇ ଭାବନ୍ତୁ ଆଉ କୁହନ୍ତୁ ପୂରା ଭୋଟ ଭାଜପାର ହିନ୍ଦୁତ୍ୱରେ ପ୍ରଭାବିତ ହୋଇ ଭୋଟ ଦିଅନ୍ତି କି? ବିଜେପିକୁ ଭୋଟ ଦେଉଥିବା ଭୋଟରଙ୍କ ସଂଖ୍ୟା ଦେଶର ହିନ୍ଦୁ ସଂଖ୍ୟାର ଅଧାରୁ କମ ।
ନିକଟରେ ଶେଷ ହୋଇଥିବା ଉତ୍ତର ପ୍ରଦେଶ ନିର୍ବାଚନର ସେ ଉଦାହରଣ ଦେଇଛନ୍ତି । ସେ କହିଛନ୍ତି ଏହି ପ୍ରଦେଶରେ ଭାଜପାକୁ ୪୦ ପ୍ରତିଶତ ଭୋଟ ହିନ୍ଦୁମାନେ ଦେଇଛନ୍ତି । ତେବେ ରାଜ୍ୟରେ ହିନ୍ଦୁଙ୍କ ସଂଖ୍ୟା ୮୦ରୁ ୮୨ ପ୍ରତିଶତ ରହିଛି । ଏହାର ଅର୍ଥ ଅଧାରୁ କମ ହିନ୍ଦୁଙ୍କୁ ଭୋଟ ଦେଇଛନ୍ତି । ତେଣୁ କୁହାଯାଇପାରିବ ନାହିଁ ଯେ ବିଭାଗୀକରଣ କରି ନିର୍ବାଚନ ଜିତାଯାଇପାରିବ।