ମହମ୍ମଦ ସାମିଙ୍କ ଘାତକ ବୋଲିଂ: ୨୭୬ରେ ଅଷ୍ଟ୍ରେଲିଆ ଅଲଆଉଟ, ଭାରତକୁ ୨୭୭ ଟାର୍ଗେଟ

231

କନକ ବ୍ୟୁରୋ: ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚ । ଆଜିର ମ୍ୟାଚରେ ଦମଦାର ବୋଲିଂ କରିଛନ୍ତି ଭାରତୀୟ ବୋଲର । ଫଳରେ ଅଷ୍ଟ୍ରେଲିଆ ଦଳ ୨୭୬ ରନରେ ଅଲଆଉଟ ହୋଇଯାଇଛି । ଏବେ ଭାରତ ଆଗରେ ୨୭୭ ରନର ଟାର୍ଗେଟ ରହିଛି । ଏହି ମ୍ୟାଚ ଜିତିବାକୁ ହେଲେ ଭାରତକୁ ଏହି ବିଜୟ ଲକ୍ଷ୍ୟ ପୂରଣ କରିବାକୁ ହେବ ।

ଏହି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ ଦଳ । ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ ୱାର୍ଣ୍ଣର ୫୨, ଜୋସ ଇଂଗଲିସ ୪୫ ଓ ଷ୍ଟିଭ ସ୍ମିଥ ୪୧ ରନ କରିଥିଲେ । ଫଳରେ ୫୦ ଓଭରରେ ୨୭୬ ରନ କରି ଅଲଆଉଟ ହୋଇଯାଇଥିଲା ଅଷ୍ଟ୍ରେଲିଆ ଦଳ । ଭାରତ ପକ୍ଷରୁ ମହମ୍ମଦ ସାମିଙ୍କୁ ୫, ବୁମରାହ, ଅଶ୍ୱିନୀ ଓ ଜାଡେଜାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।