ଚାକିରୀ ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ! ଦୁର୍ବୃତ୍ତ କବଳରୁ ଖସିଆସି ମଂଚେଶ୍ୱର ଥାନାରେ ଅଭିଯୋଗ ପରେ ମାମଲା ରୁଜୁ

29

କନକ ବ୍ୟୁରୋ : ଚାକିରୀ ଦେବାକୁ କହି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ଦୁର୍ବୃତ୍ତ କବଳରୁ ଖସିଆସିଲେ ଯୁବତୀ । ମଂଚେଶ୍ୱର ଥାନାରେ ଏନେଇ ମାମଲା ରୁଜୁ ହୋଇଛି । ଭୁବନେଶ୍ୱରରୁ ଚାକିରୀ ଦେବାକୁ କହି କେନ୍ଦ୍ରାପଡାରୁ ଯୁବତୀଙ୍କୁ ଭୁବନେଶ୍ୱର ଆଣିଥିଲେ ଅଭିଯୁକ୍ତ ।

ଗତକାଲି ସକାଳେ ସେମାନେ କେନ୍ଦ୍ରାପଡା ଆଳିରୁ ଆସି ଭୁବନେଶ୍ୱରରେ ପହଂଚିଥିଲେ । ଉଭୟ ଯୁବତୀ ଓ ଅଭିଯୁକ୍ତ ମଧ୍ୟରେ ପାରିବାରିକ ସମ୍ପର୍କ ଥିବା ଜଣାପଡିଛି । ତେବେ ଦୁଷ୍କର୍ମ ନେଇ ପୁଲିସର ଛାନଭିନ ଜାରି ରହିଛି ।