ଝଲସିବ କଳିଙ୍ଗ ଷ୍ଟାଡିୟମ୍ ! ଆଉ କିଛି ସମୟ ପରେ ଓଡିଶା ପ୍ରଦର୍ଶନ କରିବ ସାଂସ୍କୃତିକ ଶକ୍ତି

27

କନକ ବ୍ୟୁରୋ: ଆଉ କିଛି ସମୟ ପରେ ସାଂସ୍କୃତିକ ଶକ୍ତି ପ୍ରଦର୍ଶନ କରିବ ଓଡିଶା । ଝଲସି ଉଠିବା କଳିଙ୍ଗ ଷ୍ଟାଡିୟମ୍ । ଏସିୟ ଦୌଡକୁଦ ପ୍ରତିଯୋଗୀତାର ଶୁଭାରମ୍ଭ ହେବ । ଏଥିପାଇଁ ରିହରସଲ ସରିଛି । ଟ୍ରାକ୍ ବି ପ୍ରସ୍ତୁତ ହୋଇସାରିଛି । ଝଲସୁଛି କଳିଙ୍ଗ ଷ୍ଟାଡିୟମ୍ । ଆଉ ମାତ୍ର କେଇଟା ମୁହୂର୍ତ୍ତର ଅପେକ୍ଷା । ବାଜିବ ଏସୀୟ ଦୌଡକୁଦ ମହାକୁମ୍ଭର ବିଗୁଲ ।

ନାଚଗୀତରେ ଦୁଲୁକିବ ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପର ଉଦଘାଟନୀ ପର୍ବ । ବର୍ଣ୍ଣାଢ଼୍ୟ ପରିବେଶରେ ଆଖି ଝଲସା ଅନୁଭୁତି ସାଉଁଟିବେ ହଜାର ହଜାର ଦର୍ଶକ । ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହେବ । ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ଓଡିଶୀ ଫ୍ୟୁଜନ, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ସହ ୬ଟି ଡ୍ୟାନ୍ସ ଗ୍ରୁପର ୪ ଶହ କଳାକାର ନୃତ୍ୟ ପରିବେଷଣ କରିବେ । ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଦର୍ଶିତ ହେବ ଓଡିଶାର ସ୍ୱର୍ଣ୍ଣିମ ଅତୀତ, ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ଝଲକ । ଆଜି ସଂଧ୍ୟା ୬ଟାରୁ ୮ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଉଦଘାଟନୀ ସମାରୋହ ।