ଗ୍ରହଣ ବେଳେ ହାଣ୍ଡିଛାଡକୁ ନେଇ ତର୍କ ବିତର୍କ ! କନକ ନ୍ୟୁଜରେ ମତ ରଖିଲେ ବିଶେଷଜ୍ଞ ଓ ପରମ୍ପରା ବିଶ୍ୱାସୀ

60

କନକ ବ୍ୟୁରୋ : ଗ୍ରହଣ ବେଳେ ହାଣ୍ଡିଛାଡକୁ ନେଇ ଚାଲିଛି ବିତର୍କ । ଆଜି ଚନ୍ଦ୍ର ଗ୍ରହଣ ଯୋଗୁଁ ଦିନ ଗୋଟାଏ ୪୩ରୁ ପାକ ନିଷେଧ ପାଇଁ ପାଂଜିରେ ପରାମର୍ଶ ଦିଆଯାଇଛି । ତେବେ ଏପରି ପରାମର୍ଶ ଭୁଲ୍ ବୋଲି କହିଛନ୍ତି ବିଶେଷଜ୍ଞ । ଆଜି ଆଂଶିକ ଚନ୍ଦ୍ରଗ୍ରହଣ ସ୍ଥାନେ ସ୍ଥାନେ ଦୃଶ୍ୟମାନ ହେବ । ଗ୍ରହଣ ପାଇଁ ଆଜି ଅପରାହ୍ନ ୧ଟା ୪୩ରୁ ହାଣ୍ଡି ଛାଡ଼ ହେବ । ପାଞ୍ଜି ବିଶ୍ୱାସୀମାନେ ଆଜି ଅନ୍ନଭୋଜନ, ପାକତ୍ୟାଗ ଓ ଦେବନୀତିକୁ ବାରଣ କରିବେ । ଏହି ସମୟରେ ଖାଇବାଠାରୁ ଆରମ୍ଭ କରି ରୋଷେଇ କରିବାରେ ମଧ୍ୟ ପ୍ରତିବନ୍ଧକ ରହିବ । ଆଜି ରାତି ୧୦ଟା ୪୩ରେ ଚନ୍ଦ୍ରସ୍ପର୍ଶ ହେବ ।

ରାତି ୧୧ଟା ୪୯ ମିନିଟ୍ ୪୦ ସେକେଣ୍ଡରେ ମୋକ୍ଷ ଆରମ୍ଭ ହୋଇ ରାତି ୧୨ଟା ୫୦ ମିନିଟରେ ସର୍ବମୋକ୍ଷ ହେବ । ଚନ୍ଦ୍ରଗହଣ ସମୟରେ ଯେ, କୌଣସି ବ୍ୟକ୍ତି ରାତିରେ ଖାଲି ଆଖିରେ ଏଭଳି ଦୃଶ୍ୟ ଦେଖି ପାରିବେ । ତେବେ କଣ ରହିଛି ହାଣ୍ଡିଛାଡର ସତ । ତାକୁ ନେଇ ବି ତର୍କ ବିତର୍କ ଜାରି ହୋଇଛି । ଏହା କେବଳ ଏକ ବିଶ୍ୱାସ ମାତ୍ର । ଏନେଇ କୌଣସି ବିଜ୍ଞାନ ସମ୍ମତ କାରଣ ନାହିଁ ବୋଲି କହିଛନ୍ତି ପ୍ଲାନେଟୋରିୟମ ଉପ-ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ଆଜି ରାତି ୧୦ଟା ୫୨ରେ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ । ଯାହା ରାତି ୧୨ଟା ୫୦ ସୁଦ୍ଧା ସଂପୂର୍ଣ୍ଣ ଛାଡିବ ବୋଲି ସେ ସୂଚନା ଦେଇଛନ୍ତି ।