ରାସ୍ତାରେ ଆଉ ଗଡିବନି ୧୫ବର୍ଷର ପୁରୁଣା ଗାଡି : ସ୍କ୍ରାପିଂ ପଲିସିକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ

874

କନକ ବ୍ୟୁରୋ : ପୁରୁଣା ଗାଡି ସ୍କ୍ରାପିଂ ପଲିସିକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ । ରେଜିଷ୍ଟରଡ୍ ଭେଇକିଲ୍ ସ୍କ୍ରାପିଂ ଫ୍ୟାସିଲିଟି ପଲିସି – ୨୦୨କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ଯାନବାହାନ ଜନିତ ବାୟୁ ପ୍ରଦୂଷଣ କମ୍ କରିବାରେ ଏହି ନୀତି ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହା ଦ୍ୱାରା ୧୫ ବର୍ଷ ପୂରଣ କରିଥିବା ସମସ୍ତ ପୁରୁଣା ଗାଡିକୁ ସ୍କ୍ରାପ କରିବାକୁ ପଡିବ ।

ସ୍କ୍ରାପିଂ କରିଥିବା ବ୍ୟକ୍ତିମାନଙ୍କୁ ନୂଆ ଗାଡି କିଣିବା ପାଇଁ ପ୍ରୋତ୍ସାହିତ କରାଯିବ ବୋଲି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । କେନ୍ଦ୍ର ସରକାର ବାୟୁ ପ୍ରଦୂଷଣ ରୋକିବାକୁ ଆଣିଥିଲେ ସ୍କ୍ରାପିଂ ପଲିସି । ଏଥିରେ ୧୫ ବର୍ଷର ପୁରୁଣା ଗାଡିକୁ ଅଦରକାରୀ ଦର୍ଶାଇ ସ୍କ୍ରାପ କରିବାକୁ ପିଲିସିରେ କୁହାଯାଇଛି । ଏଥିସହ ରାସ୍ତାରେ ଚାଲୁଥିବା ସମସ୍ତ ଗାଡିର ବାୟୁ ପ୍ରଦୂଷଣ ଯାଞ୍ଚ କରିବାକୁ ପଲିସିରେ ନିୟମ ରହିଛି ।

କ’ଣ ଏହି ସ୍କ୍ରାପିଂ ପଲିସି ?

– ରାଜ୍ୟରେ ଆଉ ଚାଲିପାରିବନି ପୁରୁଣା ଗାଡି
– ସ୍କ୍ରାପିଂ ପଲିସିକୁ ରାଜ୍ୟ କ୍ୟାବିନେଟ୍ରେ ମଂଜୁରୀ
– ୧୫ ବର୍ଷର ପୁରୁଣା ବାଣିଜ୍ୟିକି ଗାଡି ଓ ୨୦ ବର୍ଷ ପୁରୁଣା ବ୍ୟକ୍ତିଗତ ଗାଡିର ହେବ ଫିଟନେସ୍ ଟେଷ୍ଟ
– ଟେଷ୍ଟରେ ବିଫଳ ହେଲେ, ଗାଡିକୁ ଅଚଳ କରାଯିବ
– ସ୍କ୍ରାପ୍ ଗାଡି ମାଲିକଙ୍କୁ ମିଳିବ ସର୍ଟିଫିକେଟ୍
– ନୂଆ ଗାଡି କିଣିବାବେଳେ ସର୍ଟିଫିକେଟ୍ ଦେଖାଇଲେ ପଂଜିକରଣ ଫି ଛାଡ କରାଯିବ
– ନୂଆ ଗାଡି କିଣିବାବେଳେ ୫% ରିହାତି ଦେବାକୁ ସୋ’ରୁମ୍ ଗୁଡିକୁ ଆଡଭାଇଜରି ଜାରି କରାଯିବ
– ରୋଡ୍ ଟ୍ୟାକ୍ସରେ ୨୫% ପର୍ଯ୍ୟନ୍ତ ରିହାତି ଦିଆଯାଇପାରେ
– କେନ୍ଦ୍ର ସରକାର ୧୩ ଅଗଷ୍ଟ, ୨୦୨୧ରେ ଆଣିଥିଲେ ସ୍କ୍ରାପେଜ୍ ପଲିସି