ସତ ହେବ ବିଜେପିର ‘୪୦୦ ପାର୍’ ନାରା! ଏକଜିଟ୍ ପୋଲର ଆଳକନକୁ ନେଇ ରାଜନୀତି । ବିଜେପିର ଦମ୍ଭୋକ୍ତିକୁ  କଂଗ୍ରେସ କଲା କଟାକ୍ଷ । 

274

କନକ ବ୍ୟୁରୋ: ‘ଅବ୍ କି ବାର୍ ୪୦୦ ପାର୍’ । ବିଜେପିର ଏହି ନାରା ଏବେ ବାସ୍ତବରେ ହେବାକୁ ପରିଣତ ହେବାକୁ ଯାଉଛି । ଏନଡିଏ ଚଳିତ ଲୋକସଭା ନିର୍ବାଚନରେ ୪୦୦ ଆସନ ପାର କରିବ ବୋଲି ୩ଟି  ଏକଜିଟ୍ ପୋଲ ସଂସ୍ଥା ଆଳକନ କରିଛନ୍ତି  । ନ୍ୟୁଜ ୨୪ ଟୁଡେ ଚାଣକ୍ୟ ଆକଳନ ଏନଡିଏ ୪୦୦ ଆସନ ପାଇବ । କମ ବେଶୀ ହେଲେ ଏନଡିଏ ୩୮୫ରୁ ୪୧୫ ଆସନ ପାଇବ ବୋଲି ଆକଳନ କରିଛି । ସେହିପରି ଇଣ୍ଡିଆ ଟୁଡେ-ଏକ୍ସିସ୍ ମାଇ ଇଣ୍ଡିଆ ଆକଳନ ଅନୁସାରେ  ଏନଡିଏ ୩୬୧ରୁ ୪୦୧ ଆସନ ପାଇବ । ଇଣ୍ଡିଆ ଟିଭି-ସିଏନଏକ୍ସର ଆଳକନ ଅନୁସାରେ ଏନଡିଏ ୩୭୧ରୁ ୪୦୧ ଆସନ ପାଇବାରେ । ୨୦୧୯ରେ ଏନଡିଏ ୩୫୨ ଆସନ ପାଇଥିଲା । ସେଥିରୁ ବିଜେପି ୩୦୩ ଆସନ ମିଳିଥିଲା । ତେବେ ଏକଜିଟ ପୋଲ ରିପୋର୍ଟକୁ ନେଇ ମୁହଁମୁହିଁ ହୋଇଛନ୍ତି କଂଗ୍ରେସ ବିଜେପି । ବିଜେପି ୪୦୦ ଆସନ ପାର କରିବ ବୋଲି ଦଳର ବରିଷ୍ଠ ନେତା ଶିବରାଜ ସିଂ ଚୌହ୍ୱାନ ପୁଣି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆଉ ଏକଜିଟ ପୋଲ ରିପୋର୍ଟକୁ ସରକାରୀ ଏକଜିଟ୍ ପୋଲ ରିପୋର୍ଟ କହି କଟାକ୍ଷ କରିଛି କଂଗ୍ରେସ ।