ହୁତୁ ହୁତୁ ହୋଇ ଜଳିଗଲା ୪ଟି ବସ୍ । ଅଗ୍ନିକାଣ୍ଡ ସମୟରେ ବସରେ ନଥିଲେ ଯାତ୍ରୀ ।

1,314

କନକ ବ୍ୟୁରୋ: ବସଷ୍ଟାଣ୍ଡରେ ଛିଡା ହୋଇଥଲା ବସ୍ । ହଠାତ୍ ଲାଗିଗଲା ନିଆଁ । ଚାହୁଁଚାହୁଁ ପାଖରେ ଛିଡା ହୋଇଥିବା ଅନ୍ୟ ୩ଟି ବସରେ ବି ନିଆଁ ବ୍ୟାପୀଯାଥିଲା । ରାୟଗଡା ବିଷମକଟକ ବସଷ୍ଟାଣ୍ଡରେ ଘଟିଛି ଏଭଳି ଅଘଟଣ । ଖବର ପାଇଁ ଦମକଳବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ନିଆଁ ଲାଗିବାର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବାବେଳେ ନିଆଁ ଲାଗିଥିବା ସବୁ ବସ୍ ଜଣେ ମାଲିକଙ୍କର ବୋଲି ଜଣାପଡିଛି ।