ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା ।ଜରପଡାରେ ସଡକ ଦୁର୍ଘଟଣାରେ ୪ ମୃତ, ଅନେକ ଆହତ

ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ

137

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥର ପତଡ଼ା ନିକଟରେ ଶନିବାର ରାତି ପ୍ରାୟ ଗୋଟାଏ ବେଳେ ଏକ ଯାତ୍ରୀବାହୀ ୱିଙ୍ଗର ଗାଡ଼ି ସହ ଟ୍ରକ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ମୃତକମାନେ ହେଲେ ତୁଲସିପାଲ ଗ୍ରାମର ଶିବରାମ ସାହୁ (୪୮), ବୋଲାସିଂହା ଗ୍ରାମର ଧରଣୀ ପ୍ରଧାନ (୫୫) ଓ ଅରୁଣ କୁମାର ସାହୁ (୪୫)। ସ୍ଥାନୀୟ ଲୋକ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଅନୁଗୁଳ ଡାକ୍ତରଖାନାକୁ ପଠାଇଛନ୍ତି। ଏଥିସହିତ ଗୁରୁତର ଭାବେ ଆହତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ପରିବାର ଲୋକଙ୍କ ସୂଚନା ଅନୁସାରେ ଏହି ଯାତ୍ରୀମାନଙ୍କ ଘର ଅନୁଗୁଳ ଜିଲ୍ଲା ବୋଲାସିଂହା ଗ୍ରାମରେ। ଏମାନେ କୋରାପୁଟକୁ ପିକନିକ କରି ଯାଇ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।

 

ତେବେ କେଉଁ ପରିସ୍ଥିତିରେ ଏପରି ଦୁର୍ଘଟଣା ହେଲା ତାହା ଜଣାପଡିନାହିଁ । ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ପହଚିଂ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଚିଂଥିଲା । ଶୀତ ରାତି ହୋଇଥିବା କାରଣରୁ ଡ୍ରାଇଭରଙ୍କ ଆଖି ଲାଗିଯାଇଥିବା ପରେ ଏପରି ଦୁର୍ଘଟଣା ହୋଇଛି ବୋଲି ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି ।