ନବୀନ ନିବାସରେ ଚାଲିଛି କି ପିସି କାରବାର ? ଛୁଟିରେ ଯିବାକୁ ବଡ ବାବୁଙ୍କୁ ଲାଂଚ ଦେଉଥିବା ଅଭିଯୋଗ ଆଣିଲେ ହାବିଲଦାର ଓ ସିପାହୀ

44

କନକ ବ୍ୟୁରୋ : ଛୁଟି ନେବା ପାଇଁ ପାଇଁ ଲାଂଚ ଦେଉଛନ୍ତି କି ସୁରକ୍ଷାକର୍ମୀ । ହାବିଲଦାର ଓ ସିପାହୀ ଛୁଟି ନେବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଲାଂଚ ଦେଉଥିବା ନେଇ ଅଭିଯୋଗ ହୋଇଛି । ଆଉ ଏହି ଘଟଣାରେ ଡିସିପି ସିକ୍ୟୁରିଟିଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଏକ ଅଭିଯୋଗ ସମ୍ବଳିତ ଚିଠି ସମ୍ବାଦ ଭବନକୁ ପହଂଚିଛି । ଚିଠିକୁ କିଏ ଲେଖିଛନ୍ତି ସେ ନେଇ କୌଣସି ସୂଚନା ନଥିବା ବେଳେ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ତରଫରୁ ଲେଖାଯାଇଥିବା ଉଲ୍ଲେଖ ରହିଛି ।

ଏହି ବେନାମୀ ଚିଠିରେ ଲେଖାଥିବା ଅଭିଯୋଗ ମୁତାବକ- ସିଏଲ୍ ବା କାଜୁଏଲ୍ ଲିଭ୍ ପାଇଁ ୫ଶହରୁ ୮ଶହ ଟଙ୍କା ଲଂଚ ଦେବାକୁ ପଡୁଛି । ଇଏଲ୍ ବା ଏମର୍ଜେନ୍ସି ଲିଭ୍ ପାଇଁ ଏକ ହଜାରରୁ ୨ହାଜର ଟଙ୍କା ଦେବାକୁ ପଡୁଛି । ନିଜ ପସନ୍ଦର ସ୍ଥାନରେ ଡ୍ୟୁଟି କରିବାକୁ ହେଲେ ୨ହଜାରରୁ ୩ହଜାର ଟଙ୍କା ଲାଂଚ ଦେବାକୁ ପଡୁଛି । ଏହି ପୁରା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ପାଇଲଟ ଭ୍ୟାନ୍ର କିଛି କର୍ମଚାରୀ, ଏସ୍ଆଇ ଆର୍ମ ସେକ୍ସନର କିଛି ଅଧିକାରୀ ଏବଂ ଡିସିପି ସିକ୍ୟୁରିଟିଙ୍କ ସଂପୃକ୍ତି ନେଇ ଏହି ବେନାମୀ ଚିଠିରେ ଲେଖା ରହିଛି ।