ପୁଣି ଚର୍ଚ୍ଚାରେ ଜର୍ଜିଆ ମେଲୋନୀ ଓ ନରେନ୍ଦ୍ର ମୋଦୀଙ୍କ ସେଲଫି ,ସୋସିଆଲ ମିଡିଆରେ ସବୁଠୁ ଆଗରେ ମେଲୋଦୀ ହ୍ୟାସଟାଗ ଟ୍ରେଣ୍ଡ ।

206

କନକବ୍ୟୁରୋ: ହସ ହସ ମୁହଁ । ବେଶ ପୂର୍ତି ଓ ଖୁସିର ସମୟ । ଆଗରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ଓ ଠିକ ତାଙ୍କ ପଛରେ ନଜର ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଲଫି ଉଠାଉଛନ୍ତି ଜର୍ଜିଆ ପିଏମ ଆଉ କହୁଛନ୍ତି ହ୍ୟାଲୋ ଫ୍ରମ ଦ ମେଲୋଦୀ ଟିମ୍ । ୯ସେକେଣ୍ଡର ଏହି ଭିଡିଓରେ ବର୍ତମାନ ସୋସିଆଲ ମିଡିଆରେ ସବୁଠୁ ଅଧିକ ଭାଇରାଲ ହେବାରେ ଲାଗିଛି । ଲକ୍ଷାଧିକ ସଂଖ୍ୟକ ଫଲୋର ମେଲୋଦୀ ହ୍ୟାସଟ୍ୟାଗ ମଧ୍ୟ କରିବା ପରେ ଏବେ ଏବେ ଏହା ଟପ ଟ୍ରେଣ୍ଡରେ ରହିଛି । ନିକଟରେ ଇଟାଲୀ ଆୟୋଜିତ ଜି-ସେଭେନ ସମ୍ମିଳନୀରୁ ଆସିଥିବା ମୋଦୀ ଓ ମେଲୋନୀଙ୍କ ସେଲଫି ଓ ଭିଡିଓ ଚର୍ଚ୍ଚାର ଖୋରାକ ଯୋଗାଇଛି ।

ଗୁରୁବାର ଯେତେବେଳେ କାର୍ଯକ୍ରମରେ ମୋଦୀ ପହଁଚିଥିଲେ ଇଟାଲୀ ପ୍ରଧାନମନ୍ତ୍ରୀ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ମେଲୋନୀ । ଏପରି କରମର୍ଦ୍ଦନ ନୁହେଁ ହାତଯୋଡି ଅଭିବାଦନ ଜଣାଇଲେ । ତେବେ ଏହା ପ୍ରଥରଥର ପାଇଁ ନୁହେଁ । ୨୦୨୩ କ୍ଲାଇମେଟ ଚେଂଜ ସମ୍ମିଳନୀରେ ମଧ୍ୟ ମୋଦୀଙ୍କୁ ନିଜର ଘନିଷ୍ଠ ବନ୍ଧୁ କହି ମେଲୋନୀ କିଛି ସେଲଫି ପୋଷ୍ଟ କରିଥିଲେ । ତାପରଠୁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିଥିଲା ମେଲୋଦୀ । ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମତର ପାଇଁ ବିଦେଶଗସ୍ତ କରିଥିଲେ ମୋଦୀ । ଉଭୟ ଦେଶର ରାଷ୍ଟ୍ର ନେତା ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷୀକ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ସରିବା ପରେ ସୋସିଆଲ ମିଡିଆ ପୋଷ୍ଟ କରି ଇଟାଲୀର ଆତିଥ୍ୟକୁ ଭୁରି ଭୁରି ପ୍ରଂଶସା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।