କନକ ବ୍ୟୁରୋ: ଡିପଥେରିଆ ନେଇ ଆଇସିଏମଆର ଟିମ ପଠାଯାଇଛି । ଜିଲ୍ଲା ପ୍ରଶାସନ ସହ ଆଲୋଚନା ବି ହୋଇଛି । ଏହା ଯେପରି ନ ବ୍ୟାପେ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେଥିପାଇଁ ଟୀକାକରଣ ଓ ସଂଘରୋଧ କରିବାକୁ କୁହାଯାଇଛି । ଆଉ ଥରେ ଏହାର ତର୍ଜମା କରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୧୦ ବର୍ଷ ନାବାଳକର ମୃତ୍ୟୁ ହୋଇଛି । ମୃତକ କୋରାପୁଟ ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ଗାଁର ଦିପୁନା ମେଲେକା ହୋଇଥିବା ଜଣାପଡ଼ିଛି । ଡିପଥେରିଆରେ କୋରାପୁଟ ଜିଲ୍ଲାର ଏହା ହେଉଛି ପ୍ରଥମ ମୃତ୍ୟୁ ମାମଲା । ଡିପଥେରିଆରେ ସଂକ୍ରମିତ ହେବା ପରେ କୋରାପୁଟ ମେଡିକାଲ କଲେଜରେ ଦିପୁନାଙ୍କ ଚିିକିତ୍ସାଂ ଚାଲିଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଦିପୁନା ମେଲେକାଙ୍କ ମୃତ୍ୟୁ ହୋଇଛି ।
ଚିନ୍ତା ବଢ଼ାଉଛି ଡିପଥେରିଆ । ପ୍ରଭାବିତ ଅଞ୍ଚଳକୁ ଗଲା ଆଇସିଏମଆର ଟିମ୍ । ଜିଲ୍ଲା ପ୍ରଶାସନ ଆଲୋଚନା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ
/kanak/media/post_attachments/wp-content/uploads/2024/06/Screen-Shot-2024-06-20-at-2.50.16-PM.png)