ରାଜକନିକା କାଟଣାବଣିଆ ପଞ୍ଚାୟତରେ ଦୁର୍ନୀତି ଅଭିଯୋଗ । ବିଲ୍ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା ।

66

କନକ ବ୍ୟୁରୋ: ରାଜକନିକା କାଟଣାବଣିଆ ପଞ୍ଚାୟତରେ ଦୁର୍ନୀତି ଅଭିଯୋଗ । ଆଉ ଏହି ଅଭିଯୋଗ ଆଧାରରେ ଓଡ଼ିଶା ଲୋକାୟୁକ୍ତ ପକ୍ଷରୁ ତଦନ୍ତ ଆରମ୍ଭ କରି ଏକ ମାମଲା ରୁଜୁ କରିଛି । ଗତ ତିନି ମାସ ମଧ୍ୟରେ ରାଜକନିକା ବ୍ଳକର ପଣସ ଗଣ୍ଡ, କୋରନ୍ଦ ଓ କାଟଣାବଣିଆରେ ତଦନ୍ତ ଆରମ୍ଭ କରାଯାଇଛି । ସେହିଭଳି ଖଣ୍ଡଇତା ଗାଁରେ ହୋଇଥିବା ଖେଳପଡିଆରୁ ନେଇ ବୃକ୍ଷରୋପଣରେ ଦୁର୍ନୀତିର ଅଭିଯୋଗ ହୋଇଥିଲା, ତାର ବି ତଦନ୍ତ ଚାଲିଛି । ଖେଳପଡିଆ ନେଇ ବିଲ୍ କରାଯାଇଛି । ଏପରିକି ଗଛ ଲଗାଯିବା ନାଁରେ ବିଲ୍ କରାଯାଇ ୩ ଲକ୍ଷ ୫୬ ହଜାର ବି ଉଠାଯାଇଛି । ହେଲେ ନା ପଡିଆ କାମ ହୋଇଛି ନା କୌଣସି ଗଛ ଲଗାଯାଇଛି । କେବଳ ଗୋଟିଏ ପଟେ କିଛି ହାତ ଗଣତି ଗଛ ଲଗାଯାଇଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ପଞ୍ଚାୟତର ଅନେକ ଦୁର୍ନୀତି ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ଲୋକେ । ଏହି ଅଭିଯୋଗ ଆଧାରରେ ଓଡ଼ିଶା ଲୋକାୟୁକ୍ତ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ ।