ଅକ୍ଷୟ କୁମାରଙ୍କ ବିପକ୍ଷରେ ବଲିଉଡରେ ଡେବ୍ୟୁ । ପରେ ଶାନ୍ତିପ୍ରିୟାଙ୍କୁ କାମ ଦେବାକୁ ମନା କଲେ ଅକ୍ଷୟ! ଜାଣନ୍ତୁ କ’ଣ ରହିଛି କାରଣ?

512

କନକ ବ୍ୟୁରୋ : ଦିନେ ଅକ୍ଷୟ କୁମାରଙ୍କ ସହ ବଲିଉଡରେ ଡେବ୍ୟୁ କରିଥିଲେ ୯୦ ଦଶକରେ ବେଶ ଜଣାଶୁଣା ଅଭିନେତ୍ରୀ ଶାନ୍ତିପ୍ରିୟା । ଫିଲ୍ମ ‘ସୌଗଦ୍ଧ’ରେ ବଲିଉଡରେ କାମ ଆରମ୍ଭ କରିଥିଲେ । ଅନେକ ଦର୍ଶକଙ୍କ ହୃଦୟକୁ ଜିତିଥିବାବେଳେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ଏକିତିକି ଅନେକ ବଡ଼ ବଡ଼ ଷ୍ଟାରଙ୍କ ସହ ମଧ୍ୟ ହିରୋଇନ ସାଜିଥିଲେ । କିନ୍ତୁ ଶାନ୍ତିପ୍ରିୟାଙ୍କ ଜୀବନରେ ଏମିତି ଏକ ଘଯଣା ଘଟିଲା ଆଉ ସେ ବଲିଉଡରୁ ଦୂରେଇ ଯାଇଥିଲେ । ଶେଷରେ ଯେତେବେଳେ ସେ ବଲିଉଡକୁ ଫେରିବା ପାଇଁ ଚାହିଁଥିଲେ ଆଉ ଅକ୍ଷୟ କୁମାରଙ୍କୁ ଭେଟିଥିଲେ ସେ ମନା କରି ଦେଇଥିଲେ । ତେବେ ଅକ୍ଷୟ କୁମାର କାହିଁକି ମନା କରିଥିଲେ ଆସନ୍ତୁ ଜାଣିବା ଏହି ଭିଡିଓ ଜରିଆରେ..

ଅକ୍ଷୟ କୁମାରଙ୍କୁ ଫୁଲ ଔର କାଟେଂ ଫିଲ୍ମର ଅଫର ମିଳିଥିଲା । କିନ୍ତୁ ଶେଷସମୟରେ ତାଙ୍କ ହାତରୁ ଏହି ଅଫର ଚାଲିଯାଇଥିଲା । କିନ୍ତୁ ସୌଗନ୍ଧ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ଅକ୍ଷୟ । ତେବେ ଅକ୍ଷୟଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଶାନ୍ତିପ୍ରିୟା । ଯିଏକି, ପୂର୍ବରୁ ସାଉଥ ଫିଲ୍ମରେ କାମ କରିବା ସହ ଟିଭି ସିରିଏଲରେ ମଧ୍ୟ କାମ କରିସାରିଥିଲେ । ତେବେ ଉଭୟଙ୍କ ପ୍ରଥମ ଫିଲ୍ମ ଯଦିଓ ଏତେ ସଫଳତା ପାଇନଥିଲା ତଥାପି ଦର୍ଶକେ ସେମାନଙ୍କ ଅଭିନୟକୁ ବେଶ ପସନ୍ଦ କରିଥିଲେ । ପରେ ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଥିଲେ ଶାନ୍ତିପ୍ରିୟା । କ୍ୟାରିୟରର ପିକ୍ ସମୟରେ ଶାନ୍ତିପ୍ରିୟା ସିଦ୍ଧାର୍ଥ ରାୟଙ୍କୁ ବିବାହ କରିଥିଲେ । ଆଉ ଧିରେ ଧିରେ ଅଭିନୟରୁ ଦୂରେଇ ରହିଥିଲେ । କିନ୍ତୁ ସବୁଠାରୁ ଦୁଃଖର ବିଷୟ କି, କମ ବୟସରେ ସିଦ୍ଧାର୍ଥଙ୍କ ପରଲୋକ ଘଟିଥିଲା । ସେମାନଙ୍କର ଦୁଇ ସନ୍ତାନ ଅଛନ୍ତି । ତେବେ ସ୍ୱାମୀଙ୍କ ଦେହାନ୍ତ ପରେ ପୁଣି ବଲିଉଡକୁ ଫେରିବା ଲାଗି ଯେତେବେଳେ ଶାନ୍ତିପ୍ରିୟା ଚାହିଁଥିଲେ ସେ ପ୍ରଥମେ ଅକ୍ଷୟ କୁମାରଙ୍କୁ ଭେଟିଥିଲେ । ଆଉ ପରାମର୍ଶ ଲୋଡ଼ିଥିଲେ । ତେବେ ପ୍ରଥମେ ଅକ୍ଷୟ କୁମାରଙ୍କ ସେକ୍ରେଟାରୀଙ୍କ ସହ ଭେଟିଥିଲେ ଆଉ ପରଦିନ ମେହେବୁବ ଷ୍ଟୁଡିଓକୁ ଭେଟିବାକୁ ଡାକିଥିଲେ । ଅକ୍ଷୟ ଶାନ୍ତିପ୍ରିୟାଙ୍କୁ କହିଥିଲେ କି, ତୁମେ ଏବେ ହିରୋଇନ ହୋଇପାରିବ ନାହିଁ । ତେବେ ଶାନ୍ତିପ୍ରିୟା ସଂଘର୍ଷ କରିବା ଛାଡ଼ିନଥିଲେ । ଯଦିଓ ସେ ବଡ଼ ପରଦାରେ ପରବର୍ତୀ ସମୟରେ ସେମିତି କିଛି ନାଁ କରିପାରିନଥିଲେ । ଏବେ ସୁନୀଲ ସେଟ୍ଟୀଙ୍କ ୱେବସିରିଜ ଧରାବୀ ବେଙ୍କରେ ନଜର ଆସିଥିଲେ । ତେବେ ଶାନ୍ତିପ୍ରିୟା ମିଥୁନ ଚଳ୍ରବର୍ତୀଙ୍କ ବିପକ୍ଷରେ ମଧ୍ୟ ସ୍କ୍ରିନରେ ନଜର ଆସିଛନ୍ତି । କିନ୍ତୁ ସେ ଯେଉଁ ଆଶାରେ ପୁଣିଥରେ ବଲିଉଡରେ ଏଙ୍କ୍ରଂ କରିବା ପାଇଁ ଚାହିଁଥିଲେ ତାହା ପୂରଣ ହୋଇନଥିଲା ।