କନକ ବ୍ୟୁରୋ : ଗୁମୁଡୁମାହାରେ ଏଆଇସିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ତଦନ୍ତ ସାରି ଫେରିବା ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ପୋଲିସ ଜାଣୁଶୁଣି ଏହି ହତ୍ୟାକାଣ୍ଡ ଭିଆଇଥିବା କଂଗ୍ରେସର କେନ୍ଦ୍ରୀୟ ଟିମ୍ ଅଭିଯୋଗ କରିଛି । ଘଟଣାଦିନ ଏକପାଖିଆ ଗୁଳି ଚାଳନା କରାଯାଇଥିଲା । ଗୁଳିକାଣ୍ଡ ପରେ ପୋଲିସ ମୃତାହତଙ୍କୁ ସାହାଯ୍ୟ କରିନଥିଲା । ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର-ଏସଓପି ମାନିନାହାନ୍ତି ସୁରକ୍ଷାକର୍ମୀ । ସବୁ କ୍ଷେତ୍ରରେ ଗୁମୁଡାମାହା ଅବହେଳିତ। ଦଳିତ ଆଦିବାସୀଙ୍କ ଉପରେ ଆକ୍ରମଣ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୌନ ବାବା ସାଜନ୍ତି ବୋଲି ଏଆଇସିସି ସଦସ୍ୟ ଅଭିଯୋଗ କରିଛନ୍ତି । ଦୁଇଦିନ ଭିତରେ କଂଗ୍ରେସ ହାଇକମାଣ୍ଡଙ୍କୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମର ରିପୋର୍ଟ ପ୍ରଦାନ କରାଯିବ ଓ ଲୋକସଭା ଏବଂ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠିବ । ୟୁପିଏ ଶାସନ ସମୟରେ ଓଡିଶାର ଉନ୍ନତି ପାଇଁ ସର୍ବାଧିକ ଟଙ୍କା ଦିଆଯାଇଛି । ସେ ଟଙ୍କାକୁ କେଉଁଥିରେ ବିନିଯୋଗ କରାଯାଇଛି ନବୀନ ତାର ହିସାବ ଦିଅନ୍ତୁ । କନ୍ଧମାଳ ଘଟଣାରୁ ଧ୍ୟାନ ହଟାଇବା ପାଇଁ ରାଜ୍ୟ ସରକାର ମହାନଦୀ ପ୍ରସଙ୍ଗ ଆଣିଥିବା କଂଗ୍ରେସର କେନ୍ଦ୍ରୀୟ ଟିମ୍ କହିଛି।
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ଗୁମୁଡୁମାହା ଘଟଣାରେ କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମର ଅଭିଯୋଗ ଉପରେ କଡା ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ଅମର ଶତପଥୀ ।