ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ପରେ ସମସ୍ତଙ୍କ ପାଇଁ ରୋଲ ମଡେଲ ପାଲଟିଲେ ନୀରଜ ଚୋପ୍ରା । ଚାରିଆଡୁ ହେଉଛି ସୁନାପୁଅଙ୍କ ଉପରେ ଧନବର୍ଷା ।

160

କନକ ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ କୁମାରଙ୍କ ଉପର ହୋଇଛି ଧନବର୍ଷା । ବିଭିନ୍ ରାଜ୍ୟ ଓ ସଂସ୍ଥା ନୀରଜଙ୍କ ଉପରେ ଧନବର୍ଷା କରିଛନ୍ତି । ନିଜ ଘରୋଇ ରାଜ୍ୟ ହରିୟାଣାରେ ମନୋହରଲାଲ ଖଟ୍ଟର ସରକାର ନୀରଜଙ୍କୁ ୬ କୋଟି ଦେବାକୁ ଘୋଷଣା କରିଛନ୍ତି । ସେହିଭଳି ପଞ୍ଜାବ ସରକାର ୨ କୋଟି ଦେବାକୁ ଘୋଷଣା କରିଛନ୍ତି । ନୀରଜ ତାଙ୍କ କ୍ୟାରିୟରର ଅଧିକାଂଶ ତାଲିମ ପଂଜାବର ପଟ୍ଟିଆଲାରେ ନେଇଛନ୍ତି ।

ସେହିପରି ମଣିପୁର ସରକାର ୧ କୋଟି, ବିସିସିଆଇ ୧ କୋଟି, ଚେନ୍ନାଇ ସୁପର କିଙ୍ଗସ ୧ କୋଟି ଏବଂ ଲର୍ଣ୍ଣିଂ ଆପ୍ ବାଇଜୁସ ୨ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ସେହିଭଳି ବିମାନ ଚଳାଚଳ ସଂସ୍ଥା ଇଣ୍ଡିଗୋ ମଧ୍ୟ ଏକବର୍ଷ ପାଇଁ ନୀରଜଙ୍କୁ ମାଗଣା ଯାତ୍ରା ଦେବାକୁ ଘୋଷଣା କରିଛି । ଚଳିତ ବର୍ଷ ୮ ଅଗଷ୍ଟରୁ ଆସନ୍ତା ବର୍ଷ ୭ ଅଗଷ୍ଟ ପର୍ଯ୍ୟନ୍ତ ନୀରଜଙ୍କ ପାଇଁ ସ୍ପେଶାଲ ସ୍କିମ୍ କରିବ ଇଣ୍ଡିଗୋ ।

ମହିନ୍ଦ୍ରା ଗ୍ରୁପ୍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଏକ୍ସୟୁଭି ୭୦୦ ଦେବେ ବୋଲି ଘୋଷଣା କରିଛନ୍ତି । ଟ୍ୱିଟରରେ କିଛି ୟୁଜର ନୀରଜଙ୍କୁ ଏକ୍ସୟୁଭି ୭୦୦ ଦେବା ପାଇଁ ଦାବି କରିଥିଲେ । ଟ୍ୱିଟର ରିପ୍ଲାଏ ଦେଇ ଏକ୍ସୟୁଭି ୭୦୦ ଦେବେ ବୋଲି କହିଛନ୍ତି ।