ବଜେଟ୍ ପରେ ସାରାଦେଶରେ ବ୍ୟାଙ୍କ ଗୁଡ଼ିକ ଜାରି କଲେ ନୂଆ ନିୟମ ! ନଜାଣିଲେ ଭବିଷ୍ୟତରେ ହୋଇପାରେ ଅସୁବିଧା

44

ଗୁରୁବାର ପୂର୍ବାହ୍ନରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ବର୍ଷ ୨୦୧୮ର କେନ୍ଦ୍ରୀୟ ବଜେଟ୍ ଆଗତ କରିଛନ୍ତି । ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ସରକାରଙ୍କର ଏହା ହେଉଛି ୫ମ ବଜେଟ୍ । ଗ୍ରାମାଂଚଳ ଭାରତକୁ ଦୃଷ୍ଟିରେ ରଖି କୃଷି ଉପରେ ଏକ ଆଖିଦୃଶିଆ ଘୋଷଣା କରିଛନ୍ତି ସରକାର । ବଜେଟରେ କୃଷି ଓ ଗ୍ରାମୀଣ ଭାରତ ଉପରେ ଫୋକସ କରିଛନ୍ତି ମୋଦି ସରକାର । ସ୍ୱାସ୍ଥ୍ୟ ସେବା ଯୋଗାଇବା, ସମସ୍ତଙ୍କୁ ପକ୍କା ଓ ବିଦ୍ୟୁତ, ଶୌଚାଳୟ ଯୋଗାଇବା ଦେଶର ବାସ୍ତବ ଦାରିଦ୍ର୍ୟ ଦୂରୀକରଣ ପାଇଁ ବଜେଟରେ ଚେଷ୍ଟା କରିଛନ୍ତି ସରକାର । ତେବେ ଚଳିତ ବଜେଟକୁ କିଏ ନାପସନ୍ଦ କରୁଛି ତ ଆଉ କିଏ ମୋଦି ସରକାଙ୍କୁ ପ୍ରଶଂସା ମଧ୍ୟ କରୁଛି । ତେବେ ବଜେଟ ପରେ କିଛି ନିୟମରେ ପରିବର୍ତ୍ତନ ହୋଇଛି ।

ବଜେଟ ପରେ ବ୍ୟାଙ୍କ ଯାଉଥିଲେ କିଛି ଜରୁରୀ ନିୟମ ଜାଣିନିଅନ୍ତୁ । ବଜେଟ ପରେ ସାରା ଦେଶରେ ବ୍ୟାଙ୍କ ଗୁଡ଼ିକ ନୂଆ ନିୟମ ଜାରି କରିଛନ୍ତି । ଗୁରୁବାର ଜାରି ହୋଇଥିବା ବଜେଟ୍ ପରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି । ଆପଣ ନିଜର କେହି ସମ୍ପର୍କୀୟ, ପରିଚିତ ତଥା ଅନ୍ୟ ବ୍ୟକ୍ତିଙ୍କ ଖାତାରୁ ଅଢ଼େଇ ଲକ୍ଷ ଟଙ୍କାର ଚେକ୍ କିମ୍ବା ଆରଟିଜିଏସ୍ କରିବା ପାଇଁ ଚାହିଁଲେ, ଏଥିପାଇଁ ଆପଣଙ୍କ ପାଖରେ ପାନ ନମ୍ବର ରହିବା ଜରୁରୀ ।

ପୂର୍ବରୁ ଏପରି କୌଣସି ନିର୍ଦ୍ଦିଷ୍ଟ ନିୟମ ନଥିଲା । କିନ୍ତୁ ବଜେଟ ପରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଯାଇଛି । ଏହା ବ୍ୟତୀତ ସମସ୍ତ ପ୍ରକାର କମ୍ପାନୀ ଗୁଡ଼ିକ ଆୟକର ପଇଠ କରିବା ବାଧ୍ୟତାମୂଳକ କରିଦିଆଯାଇଛି । ତେବେ ଉକ୍ତ ଆର୍ଥିକ ବର୍ଷରେ କୌଣସ ଆୟ ହେଉ କିମ୍ବା ନହେଉ କମ୍ପାନୀ ଗୁଡ଼ିକ ଆୟକର ପଇଠ କରିବା ପାଇଁ ବାଧ୍ୟ । ଆୟକର ବିଶେଷଜ୍ଞ କହିଛନ୍ତି, ଯଦି ଆୟକର ପଇଠ କରାନଯାଏ, ତେବେ ସମ୍ମନ୍ଧିତ କମ୍ପାନୀ ବିରୋଧରେ ଅଭିଯୋଗ ହେବ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।